ETV Bharat / state

କେନ୍ଦୁଝରରେ ବେଆଇନ ଗୋ-ଚାଲାଣ; 4 ପିକଅପ ଭ୍ୟାନ ଜବତ, 25 ଗୋରୁ ଉଦ୍ଧାର

author img

By

Published : Jun 7, 2021, 10:58 PM IST

କେନ୍ଦୁଝରରେ ବେଆଇନ ଗୋ-ଚାଲାଣ; 4 ପିକଅପ ଭ୍ୟାନ ଜବତ, 25 ଗୋରୁ ଉଦ୍ଧାର
କେନ୍ଦୁଝରରେ ବେଆଇନ ଗୋ-ଚାଲାଣ; 4 ପିକଅପ ଭ୍ୟାନ ଜବତ, 25 ଗୋରୁ ଉଦ୍ଧାର

ଆଜି(ସୋମବାର) ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ପୁଲିସ କାଳିଆହତା- ପିଠାଗୋଳା ରାସ୍ତାର ସାଆନ୍ତମୁଣ୍ଡି ଘାଟି ଉପରେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି । ଅଧିକ ପଢନ୍ତୁ...

କେନ୍ଦୁଝର: ଜିଲ୍ଲାରେ ଥମିବାର ନାଁ ଧରୁନି ବେଆଇନ ଗୋ-ଚାଲାଣ । ୪ଟି ପିକଅପ ଗାଡି ସହ ୨୫ଟି ଗୋରୁକୁ ଜୀବନ୍ତ ଉଦ୍ଧାର କରିଥିବା ବେଳେ ସେଥିମଧ୍ୟରୁ ୩ଟି ଗୋରୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏବଂ ଗାଡିରେ ଲୋଡ ହୋଇଥିବା ସମୟରେ ୫ଟି ଗୋରୁଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି ।

କେନ୍ଦୁଝରରେ ବେଆଇନ ଗୋ-ଚାଲାଣ; 4 ପିକଅପ ଭ୍ୟାନ ଜବତ, 25 ଗୋରୁ ଉଦ୍ଧାର

ଆଜି(ସୋମବାର) ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡି ପୁଲିସ କାଳିଆହତା- ପିଠାଗୋଳା ରାସ୍ତାର ସାଆନ୍ତମୁଣ୍ଡି ଘାଟି ଉପରେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି। ସେହି ରାସ୍ତା ଦେଇ ଗୋରୁ ବୋଝେଇ ପିକଅପ ଗୁଡିକ ଯାଉଥିବା ବେଳେ ବନକର୍ମଚାରୀଙ୍କୁ ପୋଲିସ ଭାବି ଗୋରୁ ବୋଝେଇ ଗାଡି ଗୁଡିକୁ ରାସ୍ତା ଉପରେ ଛାଡି ଦେଇ ଫେରାର ହୋଇଯାଇଥିଲେ ।

ଗୋରୁ ଗୁଡିକୁ ଅମାନୁଷିକ ଭାବେ ଗାଡ଼ିରେ ଲଦା ହୋଇଥିବା ଦେଖି ବନକର୍ମଚାରୀ କାଳିଆହତା ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ ଭ୍ୟାନ ସହିତ ଗୋରୁ ଗୁଡିକୁ ଉଦ୍ଧାର କରିଥିଲା । ଏବଂ ଗୋରୁ ମାନଙ୍କ ଗୋଡ ଗୁଡିକୁ ବନ୍ଧା ଅବସ୍ଥାରେ ଗାଡିରେ ଲୋଡ ହୋଇଥିବାରୁ ଗାଁ ଯୁବକଙ୍କ ସହାୟତାରେ ଗୋରୁ ଗୁଡିକୁ ଗାଡିରୁ ତଳକୁ ଓହ୍ଲାଇ ଫାଣ୍ଡି ପରିସରରେ ପୋଲିସ ରଖିଛି।

ଗାଁ ଯୁବକଙ୍କ ସାହାଯ୍ୟ ସହଯୋଗରେ ଗୋରୁଙ୍କ ଖାଇବା ପିଇବାର ବ୍ୟବସ୍ଥା କରାଯାଇଥିବା ଫାଣ୍ଡି ଅଧିକାରୀ କହିଛନ୍ତି । ପ୍ରକାଶ ଯେ ଗତ ୩୧ ତାରିଖରେ ମଧ୍ୟ ତେଲକୋଇ ପୁଲିସ ୬୧ ଟି ଗୋରୁ ସହିତ 7ଟି ପିକଅପ ଭ୍ୟାନ ଓ ୧୭ ଜଣଙ୍କୁ ଗିରଫ କରିଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.