ETV Bharat / state

ଆସନ୍ତାକାଲି ଗଣେଶ ପୂଜା, କୋରୋନା ପାଇଁ ବଜାର ମାନ୍ଦା

author img

By

Published : Sep 9, 2021, 12:45 PM IST

ଦିନକ ପରେ ଗଣେଶ ପୂଜା, କୋରୋନା ପାଇଁ ବଜାର ମାନ୍ଦା
ଦିନକ ପରେ ଗଣେଶ ପୂଜା, କୋରୋନା ପାଇଁ ବଜାର ମାନ୍ଦା

ଆସନ୍ତାକାଲି(ଶୁକ୍ରବାର) ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ପବିତ୍ର ପୂଜା । କିନ୍ତୁ କେନ୍ଦୁଝରରେ କୋରୋନା ମହାମାରୀ ପାଇଁ ବଜାର ମାନ୍ଦା ଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କେନ୍ଦୁଝର: ଆସନ୍ତାକାଲି(ଶୁକ୍ରବାର) ବିଘ୍ନନାଶକ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା । ଏନେଇ ସାରା ଦେଶରେ ଖୁସିର ମାହୋଲ । ଗାଁଠାରୁ ସହର ଚଳଚଞ୍ଚଳ ହୋଇଉଠିଛି । କିନ୍ତୁ ମୂର୍ତ୍ତି ବଜାର ମାନ୍ଦା ପଡ଼ିଛି । କୋରୋନା କଟକଣା ପାଇଁ ବଜାର ଫିକା ପଡ଼ିଥିବା ଦେଖିବାକୁ ମିଳିଛି ।

ଆସନ୍ତାକାଲି ଗଣେଶ ପୂଜା, କୋରୋନା ପାଇଁ ବଜାର ମାନ୍ଦା

ଗତ ବର୍ଷ ଏହି କୋରୋନା କଟକଣା ପାଇଁ ଗଣେଶ ପୂଜା ସରକାରୀ ନିୟମ ଅନୁସାରେ ପାଳନ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ଏହି କଟକଣା ପୂଜାକୁ ଫିକା ପକାଇ ଦେଇଛି । ସ୍କୁଲ କଲେଜ ବନ୍ଦ ଥିବା ବେଳେ ବହୁ ଅଫିସରେ ପୂଜା ବନ୍ଦ ହୋଇଛି । ଫଳରେ ବଜାରରେ ବିକ୍ରି ହେବାକୁ ଥିବା ଗଣେଶ ମୂର୍ତ୍ତି ବ୍ୟବାସାୟ ଉପରେ ଏହାର ପ୍ରଭାବ ପଡ଼ିଛି ।

କଟକଣା ପାଇଁ ପୂର୍ବ ଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ । ଏହା ସହ ସ୍ଥାନୀୟ କଳାକାରଙ୍କ ବିକ୍ରିରେ ବାଧା ସୃଷ୍ଟି କରିଛି ବାହ୍ୟ ବେପାରୀଙ୍କ ମୂର୍ତ୍ତି । ଫଳରେ ସ୍ଥାନୀୟ ମୂର୍ତ୍ତି କାରିଗର କଟକଣା ସହ ବିକ୍ରି ନେଇ ଚିନ୍ତାରେ ଅଛନ୍ତି । ଏହି କଟକଣା ସତ୍ତ୍ବେ କିଛି ଭକ୍ତ ମୂର୍ତ୍ତି କିଣି ପୂଜା କରିବାକୁ ନେଉଥିବା ମଧ୍ୟ ଦେଖାଦେଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.