ETV Bharat / state

ଧାନ କିଣାରେ ଅବ୍ୟବସ୍ଥା, ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ

author img

By

Published : Feb 9, 2021, 5:23 PM IST

ଧାନ କିଣାରେ ଅବ୍ୟବସ୍ଥା, ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ
ଧାନ କିଣାରେ ଅବ୍ୟବସ୍ଥା, ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ

ଧାନ ବିକ୍ରି ନହେବାରୁ ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ । ଅଧିକ ପଢନ୍ତୁ...

କେନ୍ଦୁଝର:ଧାନ ଅମଳ କରି ବିକିବାକୁ ଚାଷୀ ଏବେ ଲ୍ୟାମ୍ପ ଆଗରେ ଲଗାଇଛି ଲାଇନ। କିନ୍ତୁ ଟୋକନ ଥାଇ ବିକିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି । ଧାନ ବିକିବା ପାଇଁ ଲ୍ୟାମ୍ପରୁ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଲ୍ୟାମ୍ପରେ । ଟୋକାନ ଥାଇ ଧାନ ବିକ୍ରି କରିନପାରିବାରୁ ଲାପ୍ସ ହେଇଯିବା ଆଶଙ୍କାରେ ଲ୍ୟାମ୍ପରେ ତାଲା ପକାଇଛନ୍ତି ଚାଷୀ ।

ଧାନ କିଣାରେ ଅବ୍ୟବସ୍ଥା, ଲ୍ୟାମ୍ପରେ ତାଲା ପକାଇଲେ ଚାଷୀ

ଟାଉନ ଥାନା ଅନ୍ତର୍ଗତ ସଦର ଲ୍ୟାମ୍ପରେ ଶତାଧିକ ଚାଷୀ ଆଜି ଆସି ଧାନ ବିକ୍ରି ନହେବାରୁ ଗେଟରେ ତାଲାପକାଇ ଗେଟ ସମମୁଖରେ ଧାରଣା ଦେଇଛନ୍ତି । ଯେପର୍ଯ୍ୟନ୍ତ ଲ୍ୟାମ୍ପ ପକ୍ଷରୁ ଧାନ ବିକ୍ରି ନେଇ ଲିଖିତ ପ୍ରତିଶ୍ରୁତି ନମିଳିଛି ସେପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥଛନ୍ତି ଚାଷୀ । ଏହା ସତ୍ତ୍ବେ ମଧ୍ୟ ଲ୍ୟାମ୍ପ କର୍ତ୍ତୃପକ୍ଷ ଦାବି ନ ମାନିଲେ ଆତ୍ମହତ୍ୟା କାରିବକୁ ଚେତାବନୀ ଦେଇଛନ୍ତି ଚାଷୀ ।

ଏନେଇ ଲ୍ୟାମ୍ପରେ ବନ୍ଦଥିବା ଲ୍ୟାମ୍ପ ଅଧିକାରୀ ଙ୍କୁ ପଚାରିବାରୁ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରାଯାଉଥିବା କହିଛନ୍ତି । ଟୋକାନ ଚାଷୀଙ୍କୁ ମିଳିଥିଲେ ମଧ୍ୟ ମାସ ନଥିବାରୁ ଧାନ କିଣି ହେଉନାହିଁ । ଅନୁମତି ମିଳିଲେ ଧାନକିଣା ଯିବ ବୋଲି ପ୍ରକାଶ କରିଛନ୍ତି ଅଧିକାରୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.