ETV Bharat / state

ବାଲିଆ ବାଣ ବିସ୍ଫୋରଣ: ଆହତ ଓ ଗୁରୁତରଙ୍କୁ ରେଡକ୍ରସ ପାଣ୍ଠିରୁ ମିଳିଲା ସହାୟତା

author img

By

Published : Nov 25, 2022, 1:26 PM IST

ବାଣ ବିସ୍ଫୋରଣ
ବାଣ ବିସ୍ଫୋରଣ

କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ଅଘଟଣ ଘଟଣା । ଆହତଙ୍କୁ ରେଡକ୍ରସ ପାଣ୍ଠରୁ ଯୋଗାଇ ଦିଆଯାଇଛି ସହାୟତା ରାଶି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: ବାଲିଆ ବଜାର କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ଅଘଟଣ ଘଟିବା ଘଟଣା । ଆହତଙ୍କୁ ରେଡକ୍ରସ ପାଣ୍ଠିରୁ ଯୋଗାଇ ଦିଆଯାଇଛି ସହାୟତା ରାଶି । ଗୁରୁବାର କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଡ଼ିଏସପି ପ୍ରମୁଖ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ପାଖକୁ ଯାଇ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

ବାଲିଆ ବାଣ ବିସ୍ଫୋରଣ ଘଟଣା: ଆହତ ଓ ଗୁରୁତରଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମିଳିଲା ସହାୟତା

କେନ୍ଦ୍ରାପଡା କାର୍ତ୍ତିକେଶ୍ଵର ଭସାଣ ଶୋଭାଯାତ୍ରାରେ ବାଣଫୁଟି ମୋଟ ୩୪ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ଓ ଗୁରୁତରଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦିଆଯାଇଛି । ଗୁରୁବାର କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଡ଼ିଏସପି ପ୍ରମୁଖ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କ ପାଖକୁ ଯାଇ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

ବର୍ଣ୍ଣ ୱାର୍ଡରେ ଆହତ ହୋଇ ଚିକିତ୍ସିତ ହେଉଥିବା ମୋଟ ୨୪ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବାବେଳେ, ଆଇସିୟୁରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ୧୦ ଜଣ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ରେଡକ୍ରସ ପାଣ୍ଠିରୁ ୩୪ ଜଣଙ୍କୁ ମୋଟ ୪ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ, ସମସ୍ତ ଆହତ ଓ ଗୁରୁତରଙ୍କୁ ଏସସିବିରେ ମାଗଣା ଚିକିତ୍ସା କରାଯାଉଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ମୋଟ ୩୪ ଜଣ ଆହତ ଓ ଗୁରୁତରଙ୍କ ମଧ୍ୟରେ ୩ ଜଣ ମହିଳା, ୫ ଜଣ ଶିଶୁ ଓ ୬ ଜଣ ବରିଷ୍ଠ ନାଗରିକ ଥିବାବେଳେ ଏହି ଆହତ ମାନଙ୍କ ମଧ୍ୟରେ ବାଣୁଆଙ୍କ ସମ୍ପର୍କୀୟ ରହିଥିବା ସୂଚନା ମିଳିଛି । ଏହି ବାଣ ବିସ୍ଫୋରଣ ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ପୂଜା କମିଟି ସଭାପତି, ସମ୍ପାଦକ, କର୍ମକର୍ତ୍ତା, ବାଣୁଆ ଓ ବିସ୍ଫୋରଣରେ ସମ୍ପୃକ୍ତ ୧୧ରୁ ଉର୍ଦ୍ଧ୍ବ ଜଣଙ୍କ ନାଁରେ ପୋଲିସ ମାମଲା ରୁଜ୍ଜୁ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଏଭଳି ବିସ୍ଫୋରଣ ପାଇଁ କେନ୍ଦ୍ରାଞ୍ଚଳ ଆଇଜି ତଦନ୍ତ ହେବ ବୋଲି କହିବା ପରେ ପୋଲିସ ଟିମ ଘଟଣାକୁ ଗୁରୁତ୍ୱ ସହ ନେଇ ତଦନ୍ତ ଚଳାଇ ୮ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.