ETV Bharat / bharat

ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

author img

By

Published : Nov 25, 2022, 12:43 PM IST

ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି କୋଟି ଟଙ୍କା ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ

ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ
ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଚାନ୍ଦିନୀ ଚୌକ ସ୍ଥିତ ଭାଗୀରଥ ପ୍ୟାଲେସ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି(Massive fire breaks out in Chandni Chowk market) । ଗତକାଲି ରାତିରେ ଏଠାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ସକାଳେ ଯାଏଁ ନିଆଁ ଜଳୁଥିବାର ଦେଖାଯାଇଛି । ଏହି ମାର୍କେଟରେ ଇଲେକ୍ଟ୍ରୋନିକ୍ସ ଦୋକାନ ଗୁଡିକ ରହିଥିଲା । ନିଆଁରେ ଅନେକ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ମାତ୍ର ଅଗ୍ନିକାଣ୍ଡରେ କାହାର ଜୀବନହାନି ହୋଇନାହିଁ । ନିଆଁ ଲିଭା କାର୍ଯ୍ୟରେ ୪୦ ଦମକଳ ଗାଡି ନିୟୋଜିତ ହୋଇଛନ୍ତି । ଯଦ୍ବାରା ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ
ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ(Former Health Minister Dr Harsh Vardhan) ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି, ନିଆଁ ଲାଗିଥିବା ମୁଖ୍ୟ ବିଲ୍ଡିଂର ଦୁଇଟି ମହଲା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି ।

ଏହାମଧ୍ୟ ପଢନ୍ତୁ: ବିଶ୍ବାସରେ ହରି, 450 କିମି ଚାଲି ଦ୍ବାରକା ମନ୍ଦିରରେ ପହଞ୍ଚିଲେ ଗାଈ

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ ଯୋଗୁଁ ଭାଗୀରଥ ପ୍ୟାଲେସ ଇଲେକ୍ଟ୍ରୋନିକ୍ସ ମାର୍କେଟରେ ନିଆଁ ଲାଗିଯାଇଥିଲା । ମାର୍କେଟର ତିନିରୁ ଚାରୋଟି ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ବିଲ୍ଡିଂରେ ପ୍ରାୟ ୩୦ଟି ଦୋକାନ ରହିଥିବା ବେଳେ ନିଆଁ ଚାରିଆଡେ ବ୍ୟାପୀ ଯାଇଥିଲା । ଏନେଇ ରାତି ପ୍ରାୟ ୯ଟା ୧୯ ମିନିଟ୍ ସମୟରେ ଅଗ୍ନିଶମ ବିଭାଗ ନିକଟକୁ କଲ୍ ଆସିଥିଲା । ଖବର ପାଇ ୩୦ରୁ ଅଧିକ ଦମକାଳ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଆଜି ସକାଳେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ କିପରି ଏହି ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ଏ ଯାଏଁ ଜଣାପଡି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.