ETV Bharat / state

ଅଧାରେ ଅଟକିଛି ବଳଦେବଜୀଉ ମନ୍ଦିରର ବିକାଶ କାର୍ଯ୍ୟ

author img

By

Published : Jul 19, 2021, 3:54 PM IST

development of baldevjiu temple is stalled in kendrapara
ଅଧାରେ ଆଣ୍ଠେଇଛି ବଳଦେବଜୀଉ ମନ୍ଦିରର ବିକାଶ କାର୍ଯ୍ୟ

ଅଧାରେ ଅଟକିଛି ବଳଦେବଜୀଉ ମନ୍ଦିରର ବିକାଶ କାର୍ଯ୍ୟ । ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ହୋଇପାରୁନି ବିକାଶ । 2019ରେ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସାଢେ 10 କୋଟି ଟଙ୍କାର କରିଥିଲେ ଅନୁଦାନ ଘୋଷଣା । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ତୁଳସୀ କ୍ଷେତ୍ର କେନ୍ଦ୍ରାପଡା । ବଳଦେବଜୀଉଙ୍କ ପାଇଁ ବେଶ ପ୍ରସିଦ୍ଧ ଏ ସହର । ଖାସ ସେଥିପାଇଁ ବଳଦେବଜୀଉଙ୍କ ମନ୍ଦିରର ବିକାଶ ପାଇଁ ଗତ 2019 ମସିହାରେ ମୁଖ୍ୟମନ୍ତ୍ରୀ ସାଢେ 10 କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ । ହେଲେ ଘୋଷଣାକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିରରେ ଥିବା ପୁଷ୍କରିଣୀର ପୁନଃରୁଦ୍ଧାର ଓ ବୋଟିଂ ପାଇଁ ଅଢେଇ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । କିନ୍ତୁ ପ୍ରକଳ୍ପ ଆଗେଇବା ତ ଦୂରର କଥା । ଦୀର୍ଘ ବର୍ଷ ହେଲା ପୁଷ୍କରିଣୀ ସଫା ମଧ୍ୟ ହୋଇନି । ସେହିପରି ଆଧ୍ୟାତ୍ମିକ ପାର୍କ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ମଞ୍ଜୁର ହୋଇଛି । ହେଲେ କାର୍ଯ୍ୟର ଅବଧି ସରିଥିଲେ ମଧ୍ୟ କାର୍ଯ୍ୟ ସରିନି ।

ଅଧାରେ ଅଟକିଛି ବଳଦେବଜୀଉ ମନ୍ଦିରର ବିକାଶ କାର୍ଯ୍ୟ
କେବଳ ପୁଷ୍କରିଣୀ ନୁହେଁ ରଥଦାଣ୍ତର ଆଲୋକୀକରଣ କଥା ନ କହିବା ଭଲ । ଆଲୋକୀକରଣ ପୋତାଯାଇଛି ୧୩୬ଟି ବିଦ୍ୟୁତ ଖୁଣ୍ଟ । ସମସ୍ତ ଖୁଣ୍ଟରେ ବଲ ମଧ୍ୟ ଲଗାଯାଇଛି । ହେଲେ ଏପର୍ଯ୍ୟନ୍ତ ଉଦଘାଟନ ହୋଇପାରିନି । ଫଳରେ ରଥଦାଣ୍ତ ଦୀର୍ଘଦିନ ହେଲା ଅନ୍ଧାରରେ ରହିଛି । ମନ୍ଦିରର ସୁରକ୍ଷା ପାଇଁ ବାହାରେ ଓ ଭିତରେ ୪୦ଟି ସିସିଟିଭି ଖଞ୍ଜା ଯାଇଛି । ସେ ଗୁଡିକ ଏବେ ଅଚଳ । ଗୋଟେପଟେ ସିସିଟିଭି ଗୁଡିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ଆରମ୍ଭରୁ ସଜଡ଼ା ଯିବାକୁ ନାପସନ୍ଦ କରିଛନ୍ତି କେନ୍ଦ୍ରାପଡ଼ାବାସୀ ।

ଏପଟେ ବିକାଶ କାର୍ଯ୍ୟ ନ ଆଗେଇବା ପଛରେ ପିସି କାରବାର ହେଉଥିବା ଅଭିଯୋଗ ଆଣିଛନ୍ତି ସେବାୟତ ସଂଘର ସଭାପତି । ମନ୍ଦିର ବିକାଶ କଥା କୁହାଯାଉଥିବା ବେଳେ ରଥଦାଣ୍ତରେ ଠାଏ ଠାଏ ପିଚୁ ଉଠି ଗଲାଣୀ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ବିକାଶ କାର୍ଯ୍ୟ ବାଟବଣା ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.