ETV Bharat / state

ରାଜଧାନୀରେ ନବୀନଙ୍କ ମେଗା ରୋଡ ସୋ, ଜୁଲାଇରୁ ମାଗଣା ବିଜୁଳି ଘୋଷଣା - CM Roadshow

author img

By ETV Bharat Odisha Team

Published : May 17, 2024, 9:09 AM IST

Updated : May 17, 2024, 11:18 AM IST

CM Naveen Patnaik Roadshow: ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ । ଜନସମୁଦ୍ର ପାଲଟିଲା ରାଜଧାନୀ । ମନ୍ମଥ ଓ ଅନନ୍ତଙ୍କ ପାଇଁ ଭୋଟ ମାଗିଲେ ବିଜେଡି ସୁପ୍ରିମୋ । ଅଧିକ ପଢନ୍ତୁ

CM Naveen Patnaik Roadshow
CM Naveen Patnaik Roadshow (ETV BHARAT ODISHA)

CM ROADSHOW (ETV BHARAT ODISHA)

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ସୋ’ । 2024 ସାଧାରଣ ନିର୍ବାଚନରେ ରାଜଧାନୀରେ ପ୍ରଥମ ଥର ପାଇଁ ରୋଡ଼ ସୋ କରିଛନ୍ତି ନବୀନ । ହାଇଟେକ ବସରେ ଛିଡା ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ, ତାଙ୍କ ପାଖରେ ଛିଡା ହୋଇଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ରାସ୍ତାଘାଟ, ଗଳି କନ୍ଧି ସବୁଠି ଜମିଥିଲା ଭିଡ । ରୋଡ ସୋରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । ଜନସମୁଦ୍ର ପାଲଟିଥିଲା ରାଜଧାନୀ ରାଜରାସ୍ତା । ବିଜେଡି ଜିନ୍ଦାବାଦ ନାରାରେ କମ୍ପିଥିଲା ଚତୁର୍ଦିଗ । ୟୁନିଟ 6 ଗଙ୍ଗନଗର ଛକରୁ ରୋଡ ସୋ ବାହାରି ଶିଶୁ ଭବନ ଛକରେ ଶେଷ ହୋଇଥିଲା । ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଲାଗି ରୋଡ ସୋ କରିଥିଲେ ନବୀନ ।

CM ROADSHOW
CM ROADSHOW (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ପ୍ରଚାରରେ କମ୍ପିବ ବଡଦାଣ୍ଡ, ମୋଦିଙ୍କ ରୋଡ ସୋକୁ କାଉଣ୍ଟର କରିବ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ - VK PANDIAN ROAD SHOW

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ସାଙ୍ଗକୁ ରୋଡ ସୋ କରୁଛନ୍ତି ହେବିଓ୍ବେଟ ନେତା । କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍ଗ ପାଇଁ ରାଜଧାନୀ ଭୁବନେଶ୍ବରରେ ରୋଡ ସୋ କରିଥିଲେ । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ସୋ କରି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ ଭୋଟ ଭିକ୍ଷା କରିତିଲେ । ଚଳିତ ସାଧାରଣ ନିର୍ବାଚନରେ ଏହା ହେଉଛି ନବୀନଙ୍କ ପ୍ରଥମ ରୋଡ ସୋ, ଯାହା ଭୁବନେଶ୍ୱରରୁ ଆରମ୍ଭ ହୋଇଛି । ହିଞ୍ଜିଳିରୁ ଦଳର ପ୍ରଚାର ନେତୃତ୍ୱ ନେଇଥିବା ନବୀନ ଏହା ଭିତରେ ଅନେକ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । ରୋଡ ସୋ ପାଇଁ ଗତକାଲି ନବୀନ ନିବାସରୁ ବାହାରିଥିଲା ହାଇଟେକ ବସ । ଯାହା ଗତ ନିର୍ବାଚନରେ ନବୀନ ବ୍ୟବହାର କରି ରୋଡ଼ ସେ କରିଥିଲେ ।



ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିଲା ନବୀନଙ୍କ ରୋଡ ଶୋ’ । ଗାଡ଼ିରୁ ବାହାରି ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇଥିଲେ ନବୀନ । ଏହା ସହ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନବୀନ ଅପିଲ କରିଥିଲେ। ଏଥିସହ ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ମାଗଣା ବିଜୁଳି , ସମସ୍ତଙ୍କ ଲାଗି BSKY ଲାଗୁ ହେବ ଓ ମିଶନ ଶକ୍ତି ମହିଳାଙ୍କ ଲାଗି ପେନସନ ବ୍ୟବସ୍ଥା ହେବ ବୋଲି ଘୋଷଣା କରିତିଲେ । ରୋଡ଼ ସୋ' ପାଇଁ ପୂରା ଭୁବନେଶ୍ବର ହୋଇଥିଲା ନବୀନ ମୟ । ବିଜେଡିର ସାଂସଦ,ବିଧାୟକ ପ୍ରାର୍ଥୀ ଓ ବହୁ ବିଜେଡି ନେତା ରୋଡ ସୋ ରେ ସାମିଲ ହୋଇଥିଲେ ।



ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ରୋଡ ସୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଛକ ପରେ ଶିଶୁଭବନ ଛକରେ ଶେଷ ହୋଇଥିଲା । ଏଥିପାଇଁ ଏହି ସବୁ ଛକକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ କଟକଣା ଲାଗିଥିଲା ।



ଇଟିଭି ଭାରତ, ଭୁବନେଶ୍ୱର

Last Updated :May 17, 2024, 11:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.