ETV Bharat / state

ବ୍ରାହ୍ମଣୀରୁ ମିିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶରୀର, ଟାଣି ନେଇଥିଲା କୁମ୍ଭୀର

author img

By

Published : Aug 27, 2019, 11:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ଶୌଚ ହେବାକୁ ଯାଇ କୁମ୍ଭୀର ହାବୁଡରେ ପଡିଗଲେ ଯୁବକ । 2 ଦିନ ପରେ ଉକ୍ତ ଯୁବକର ଖଣ୍ଡବିଖଣ୍ଡିତ ଶରୀର ମିଳିଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ଗାଁର ବ୍ରାହ୍ମଣୀ ନଦୀରେ ।

କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରେ ଯୁବକ । ନଦୀରେ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ ଚନ୍ଦନ । ବହୁତ ଖୋଜାଖୋଜି ପରେ 2 ଦିନ ପରେ ଫେରିଥିଲା ଚନ୍ଦନଙ୍କ ଖଣ୍ଡ ବିଖଣ୍ଡିତ ଶରୀର । ଚନ୍ଦନକୁ ଟାଣିନେଇଥିଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ଗାଁର ବ୍ରାହ୍ମଣୀ ନଦୀରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ସୂଚନା ଅନୁସାରେ ଗତ ରବିବାର ସନ୍ଧ୍ୟାରେ ନୀଳକଣ୍ଠପୁର ଗାଁର ଚନ୍ଦନ ଦେ ନାମକ ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ନିଖୋଜ ଥିଲେ। ଗତକାଲି ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ବହୁତ ଖୋଜାଖୋଜି କରିଥିଲେ । ହେଲେ ଉକ୍ତ ନଦୀରେ ଚନ୍ଦନଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ମଙ୍ଗଳବାର ଚନ୍ଦନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବ୍ରାହ୍ମଣୀ ନଦୀର ଆଗଡ଼ିଆ ପଠାରେ ଭାସୁଥିବା ନଜର ଆସିଥିଲା ।

ସେଠାରୁ ଉକ୍ତ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏଠାରେ ଚନ୍ଦନଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ଶରୀରର ୫୦ ପ୍ରତିଶତ କୁମ୍ଭୀର ଖାଇଯାଇଥିବା ଦେଖିବାକୁ ମିଳିଛି । ନଦୀରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ଏବଂ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ବନବିଭାଗର ନିଷ୍କ୍ରିୟତା ପଦାରେ ପଡିଛି। ତୁରନ୍ତ ଚନ୍ଦନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:27.08.2019
Radhakanta Mohanty,Kendrapada
Slug-od_kpr_02_deadbody rescue_script_7204459
Anchor- ଗତ ରବିବାର ସନ୍ଧ୍ୟା ରେ ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ଗ୍ରାମର ଚନ୍ଦନ ଦେ ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ନିଖୋଜ ଥିଲେ । ଗତକାଲି ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଣିରେ ଚନ୍ଦନଙ୍କର କୌଣସି ସନ୍ଧାନ ମିଳିନଥିଲା।ଆଜି ଚନ୍ଦନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ବ୍ରାହ୍ମଣୀ ନଦୀ ର ଆଗଡ଼ିଆ ପଠାରୁ ଉଦ୍ଧାର କରାଯାଇଛି । ଚନ୍ଦନଙ୍କ ଶରୀରର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ଶରୀରର ୫୦ ପ୍ରତିଶତ କୁମ୍ଭୀର ଖାଇଯାଇଥିବା ଦେଖିବାକୁ ମିଳିଛି ।ନଦୀରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ଏବଂ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ବନବିଭାଗର ନିଷ୍କ୍ରିୟତା ପଦାରେ ପଡିଛି। ତୁରନ୍ତ ଚନ୍ଦନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.