ETV Bharat / state

ଚକାପାଦ ହତ୍ୟା ଘଟଣା, ଅଭିଯୁକ୍ତକୁ ଆଜୀବନ ଜେଲ୍‌

author img

By

Published : Jul 17, 2022, 8:00 AM IST

ଚକାପାଦ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ
ଚକାପାଦ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

କନ୍ଧମାଳ ଜିଲ୍ଲାର ଚକାପାଦ ପସରା ହତ୍ୟା ଘଟଣା । ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଅଧିକ ପଢନ୍ତୁ

ଫୁଲବାଣୀ: ବହୁ ଚର୍ଚ୍ଚିତ ଚକାପାଦ ପସରା ହତ୍ୟା ଘଟଣା । ଏହାର ରାୟ ପ୍ରକାଶ ପାଇଛି । ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦିଲ୍ଲୀପ କୁମାର ବିଶ୍ବାଳ ମାମଲାର ଶୁଣାଣୀ କରି ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି ।

ଅଭିଯୁକ୍ତ ହେଲେ ଚକାପାଦ ଥାନା ପସରା ଗାଁର ଅକ୍ଷୟ ରଣା । ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ନନ୍ଦିନୀ ଗ୍ରାମର ବିଭୀଷଣ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଦୁଇ ପିଲାଙ୍କୁ ଧରି ରହୁଥିଲେ । ନିକଟସ୍ଥ ପସରା ଗାଁର କାଳୀ ମନ୍ଦିର ପୂଜାରୀ ଅକ୍ଷୟ ରଣା ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ତେବେ, ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସେମାନଙ୍କୁ ବିରୋଧ କରି ଆସୁଥିଲେ ।

୨୦୧୮ ଜାନୁୟାରୀ ୨ରେ ଗାଁରେ ପୌଷ ପୂର୍ଣ୍ଣିମା ପାଳନ ହେଉଥିଲା । ରାତି ୯ଟା ବେଳେ ଅକ୍ଷୟ ରଣା ମହିଳାଙ୍କ ଘରେ ଥିବା ଜାଣି ଗ୍ରାମର ଭଗବାନ ପ୍ରଧାନ ସେମାନଙ୍କୁ ଏକା ଯାଇ ବିରୋଧ କରିଥିଲେ । ପରଦିନ ଅର୍ଥାତ ୩ ତାରିଖ ସକାଳେ ଭଗବାନଙ୍କ ରକ୍ତାକ୍ତ ମୃତଦେହ ଶିବ ପୃଷ୍ଟିଙ୍କ ଘର ପଛ ପଟେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

ଘୋଷରା ଦାଗ ସମ୍ପୃକ୍ତ ମହିଳାଙ୍କ ଘର ପଛ ପଟ ପର୍ଯ୍ୟନ୍ତ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏନେଇ ଭଗବାନଙ୍କ ଭାଇ ପ୍ରତାପ ଚକାପାଦ ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅକ୍ଷୟ ରଣାଙ୍କୁ ଗିରଫ କରିଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଏପିପି ସୁଧାଂଶୁ ମୋହନ ପତି ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ,କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.