ETV Bharat / state

କନ୍ଧମାଳରୁ 23 କେଜି ଗଞ୍ଜେଇ ଜବତ: ଦୁଇ ଗିରଫ

author img

By

Published : Dec 26, 2021, 9:42 PM IST

କନ୍ଧମାଳରୁ 23କେଜି ଗଞ୍ଜେଇ ଜବତ : ଦୁଇ ଗିରଫ
କନ୍ଧମାଳରୁ 23କେଜି ଗଞ୍ଜେଇ ଜବତ : ଦୁଇ ଗିରଫ

ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । 23 କେଜି ଗଞ୍ଜେଇ ଜବତ କରାଯାଇଛି । ଏହାସହ ଦୁଇଟି ମଟର ସାଇକେଲ ସହ ଦୁଇ ଜଣକୁ ଗିରଫ କରିଛି । ଅଧିକ ପଢନ୍ତୁ

ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । ଫୁଲବାଣୀ ଅବକାରୀ ବିଭାଗ ଦ୍ୱାରା ପୃଥକ ଘଟଣାରେ ଗଞ୍ଜେଇ ଚାଲାଣରେ 23 କେଜି ଗଞ୍ଜେଇ ଜବତ କରାଯାଇଛି । ଏହାସହ ଦୁଇଟି ମଟର ସାଇକେଲ ସହ ଦୁଇ ଜଣକୁ ଗିରଫ କରିଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି ।

କନ୍ଧମାଳରୁ 23କେଜି ଗଞ୍ଜେଇ ଜବତ : ଦୁଇ ଗିରଫ

ସୂଚନାଯୋଗ୍ୟ ଯେ ଫିରିଙ୍ଗିଆ ଥାନା ପାଙ୍ଗା ଅଞ୍ଚଳ ମାର୍କଲି ଗାଁରୁ ଜିଲ୍ଲା ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ 12 କେଜି ଗଞ୍ଜେଇ ଓ ଗୋଟିଏ ବାଇକ ଜବତ ହୋଇଥିଲା । ଏହାସହ ସହ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଫୁଲବାଣୀ ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କୈଳାଶ ଦିଗାଲ ।

ସେହିପରି ଅନ୍ୟଏକ ଘଟଣାରେ ଜଣକୁ ଗିରଫ କରିବା ସହ ଗୋଟିଏ ମଟର ସାଇକେଲ ଓ 11 କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ବିଶ୍ଵନାଥ ମହାପାତ୍ର । ଅଭିଯୁକ୍ତ ଜଣକ ଫୁଲବାଣୀରୁ ଜଟଣୀକୁ ଏକ ବୁଲେଟ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଏଫସିଆଇ ଛକ ନିକଟରେ ଅବକାରୀ ବିଭାଗ ମାଡି ବସିଥିଲା । ଏନେଇ ଅବକାରୀ ବିଭାଗ ଦୁଇଟି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.