ETV Bharat / state

ସାପକାମୁଡାରେ ଦୁଇ ଭାଇ ମୃତ

author img

By

Published : Jul 9, 2022, 6:43 PM IST

ଫୁଲବାଣୀରେ ଅଭାବନୀୟ ଘଟଣା । ଘରେ ଶୋଇଥିବାବେଳେ ଦୁଇ ଭାଇଙ୍କୁ କାମୁଡ଼ିଲା ବିଷଧର ସାପ । ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ । ଅଧିକ ପଢ଼ନ୍ତୁ

ସାପକାମୁଡାରେ ଦୁଇ ଭାଇ ମୃତ
ସାପକାମୁଡାରେ ଦୁଇ ଭାଇ ମୃତ

ଫୁଲବାଣୀ: ସାପକାମୁଡାରେ ଦୁଇ ଭାଇ ମୃତ । ମୃତ ଦୁଇ ଭାଇ ହେଲେ ହେଲେ ବାଣୀଗୋଛା ଥାନା ଅନ୍ତର୍ଗତ କାଣିପଦର ଗ୍ରାମର ସ୍ବର୍ଗତ ବାନମ୍ବର ଜାନୀଙ୍କ ପୁଅ ଜିତୁ ଜାନୀ(20) ଓ ବିନୋଦ ଜାନୀଙ୍କ ପୁଅ ସିଦ୍ଧାନ୍ତ ଜାନୀ(୧୯) । ଫୁଲବାଣୀ ପୋଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ ଉଭୟ ଘରେ ଶୋଇଥିବାବେଳେ କୌଣସି ବିଷଧର ସାପ ସେମାନଙ୍କୁ କାମୁଡି ଦେଇଥିଲା । ସେମାନଙ୍କୁ ପ୍ରଥମେ ଚକାପାଦ ବ୍ଲକ ବ୍ରାହ୍ମଣ ପାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁଇ ଜଣଙ୍କର ଆଜି(ଶନିବାର) ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.