ETV Bharat / state

କଳାହାଣ୍ଡିରେ ହରିୟାଲି ତିଜ୍‌ର ଧୁମ

author img

By

Published : Jul 31, 2023, 7:55 AM IST

ଧୁମଧାମରେ ତିୟାନଦା ମେଳା ପାଳନ କଲେ ଶିଖ୍ ସମ୍ପ୍ରଦାୟ
ଧୁମଧାମରେ ତିୟାନଦା ମେଳା ପାଳନ କଲେ ଶିଖ୍ ସମ୍ପ୍ରଦାୟ

ଧୂମଧାମରେ ତିୟାନ ଦା ମେଳା ପାଳନ କଲେ ଶିଖ୍ ସମ୍ପ୍ରଦାୟ । ଭବାନୀପାଟଣାରେ ପାଳନ ହେଲା ତିୟାନଦା ମେଳା । ଅଧିକ ପଢନ୍ତୁ

ଭବାନୀପାଟଣା: ଧୂମଧାମରେ ପାଳିତ ହେଲା ତିୟାନ ଦା ମେଳା । ତିୟାନ ଦା ମେଳା ହେଉଛି ଏକ ପର୍ବ ଯାହା ମହିଳାମାନଙ୍କୁ ସମ୍ମାନ କରେ । ଏହି ପର୍ବ ମୁଖ୍ୟତଃ ଶିଖ୍ ସମ୍ପ୍ରଦାୟ ଲୋକେ ପାଳନ କରିଥାନ୍ତି । ତିୟାନ ଦା ମେଳା ପଞ୍ଜାବୀ ଶବ୍ଦରୁ ଅସିଆଛି ଯାହାର ଅର୍ଥ ହରିୟାଲୀ ତିଜ୍‌ ଏହାକୁ ହରିଆଣାର ମଧ୍ୟ ହରିଆଲି ତେଜ ନାଁରେ ପାଳନ କରାଯାଏ । ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ ଏବଂ ହରିୟାଣାରେ ପାଳନ କରାଯାଉଥିବା ତିଜ ପର୍ବ ଏବେ ସାରା ଦେଶ ଓ ଦେଶ ବାହାରେ ଥିବା ଶିଖ୍ ସମ୍ପ୍ରଦାୟ ଲୋକେ ବେଶ ଧୂମଧାମରେ ପାଳନ କରୁଛନ୍ତି ।

ଶିଖ୍ ସମ୍ପ୍ରଦାୟର ମହିଳାମାନେ ଶ୍ରାବଣ ମାସର ତୃତୀୟ ଦିନରେ ଏହି ଉତ୍ସବ ପାଳନ କରନ୍ତି । ବିବାହିତ ମହିଳାମାନେ ଉତ୍ସବ ପାଳନ କରିବାକୁ ନିଜ ପିତାଙ୍କ ଘରକୁ ଯାଇ ସେମାନଙ୍କ ମା’ଙ୍କୁ ଦେଖାକରି ତାଙ୍କ ଆଶୀର୍ବାଦ ନେଇ ବାପା ଘରେ ଏହି ପର୍ବ ପାଳନ କରିଥାନ୍ତି । ମହିଳାମାନେ ଶ୍ରାବଣ ମାସକୁ ନିଜ ପରିବାର ସହିତ ସମୟ ଅତବାହିତ କରିିବା ପ୍ରଥା ରହିଛି । ଏହାସହ ପରିବାର ମଧ୍ୟରେ ବିଭିନ୍ନ ଉପହାର ମଧ୍ୟ ଦିଆନିଆ ହୋଇଥାଏ । ପ୍ରତ୍ୟେକ ଭାଇ ସେମାନଙ୍କ ଭଉଣୀମାନଙ୍କୁ ଏକ ଉପହାର ପ୍ରଦାନ କରିଥାନ୍ତି । ବିଶେଷ କରି ଗାନ୍ଧାରା ଉପାର ଦିଆଯାଏ ।

ଅଧିକ ପଢନ୍ତୁ: Ram Mandir: ଖୋଲିଲା ଜନ୍ମଭୂମି ପଥ, ଏଣିକି ସହଜରେ ରାମଲାଲାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ଏହାକୁ ମୌସୁମୀ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ । ହିନ୍ଦୁ ପୁରାଣ ଅନୁଯାୟୀ ଏହି ଦିନ ମାଆ ପାର୍ବତୀଙ୍କ ଆଗମନକୁ ତାଙ୍କ ବାସଭବନରେ ଶିବଙ୍କ ସହଯୋଗୀ ଭାବରେ ସ୍ମରଣ କରିଥାଏ । ତେଜ ଜଣେ ହିନ୍ଦୁ ମହିଳାଙ୍କ ପ୍ରେମ, ଉତ୍ସର୍ଗୀକୃତତା ଏବଂ ତାଙ୍କ ଜୀବନସାଥୀ ପ୍ରତି ସମ୍ମାନର ଗାଥା । ଏହାକୁ ନେଇ ଶିଖ୍ ମହିଳାମାନେ ଓ ଯୁବତୀମାନେ ଏହି ତିୟାନ ଦା ପର୍ବକୁ ପାଳନ କରିଥାନ୍ତି । ଆଉ ଏହି ଉତ୍ସବକୁ ବିଶେଷ ଧୂମଧାମରେ ପାଳନ କରିଛନ୍ତି କଳାହାଣ୍ଡିରେ ବସବାସ କରୁଥିବା ଶିଖ୍ ମହିଳା ଓ ଯୁବତୀ ମାନେ । ଭବାନୀପାଟଣା ଠାରେ ଶିଖ୍ ମହିଳାମାନଙ୍କ ପକ୍ଷରୁ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପାରମ୍ପାରିକ ପଞ୍ଜାବୀ ସଙ୍ଗୀତରେ ଯୁବତୀମାନେ ଝୁମି ଉଠି ଥିଲେ । ଆଉ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.