ETV Bharat / state

ଫସଲ ବୀମା ଯୋଜନାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

author img

By

Published : Jun 21, 2021, 9:18 PM IST

ଫସଲ ବୀମା ଯୋଜନାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ
ଫସଲ ବୀମା ଯୋଜନାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

କଳାହାଣ୍ଡି ଜିଲ୍ଲାର 7ଟି ପଞ୍ଚାୟତର ଚାଷୀମାନେ ଫସଲ ବୀମା ଯୋଜନାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ଭବାନୀପାଟଣା: ଫସଲ ବୀମା ଯୋଜନାକୁ ନେଇ କଳାହାଣ୍ଡି ଜିଲ୍ଲାର 7ଟି ପଞ୍ଚାୟତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଗତବର୍ଷ ବର୍ଷା ଯୋଗୁଁ ଏମାନଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ଏଯାବତ କ୍ଷତିପୂରଣ ମିଳିନାହିଁ । ଫଳରେ ଏମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଫସଲ ବୀମା ଯୋଜନାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ବିଗତ ୨୦୨୦-21 ମସିହାରେ ଗୋଲାମୁଣ୍ଡା ବ୍ଲକରେ ବର୍ଷା ଅଭାବ ଯୋଗୁଁ ଚାଷୀମାନଙ୍କ ଧାନ ଫସଲ ନଷ୍ଟ ହୋଇଥିଲା । ନଷ୍ଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଆବେଦନ କରିଥିଲେ । କିନ୍ତୁ ଗୋଲାମୁଣ୍ଡା ବ୍ଲକର ୧୩ ଗୋଟି ପଞ୍ଚାୟତ ମଧ୍ୟରୁ ୬ ଗୋଟି ପଞ୍ଚାୟତରେ ଚଳିତ ବର୍ଷ ଏପ୍ରିଲ ମାସରେ କ୍ଷତିପୂରଣ ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରାଯାଇଥିଲା ।

ଅନ୍ୟ ୭ଟି ପଞ୍ଚାୟତରେ କ୍ଷତିପୂରଣ ପାଇବାରେ ଟାଳଟୁଳ ନୀତି କରାଯାଇଥିବାରୁ ସୋମବାର କ୍ଷତିପୂରଣ ଦେବା ଦାବିରେ ଚାଷୀ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ କ୍ଷତିପୂରଣ ଦେବାପାଇଁ ଚାଷୀମାନେ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.