ETV Bharat / state

ସାବିତ୍ରୀକୁ ନେଇ ଚଳଚଞ୍ଚଳ କଳାହାଣ୍ଡି, ବୃନ୍ଦାବତୀଙ୍କ ନିକଟରେ ସଧବାଙ୍କ ପୂଜାର୍ଚ୍ଚନା

author img

By

Published : May 30, 2022, 3:56 PM IST

ବୃନ୍ଦାବତୀଙ୍କ ପାଖରେ ପ୍ରାଣଧନଙ୍କ ଦୀର୍ଘାୟୁ କାମନା
ବୃନ୍ଦାବତୀଙ୍କ ପାଖରେ ପ୍ରାଣଧନଙ୍କ ଦୀର୍ଘାୟୁ କାମନା

ଆଜି ପବିତ୍ର ସାବିତ୍ରୀ ବ୍ରତ । ଶଙ୍ଖା ସିନ୍ଦୂରକୁ ବଜର କରିବା ପାଇଁ ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ରଖିଥାନ୍ତି ସଧବା ନାରୀ । ଦିନଟି ପ୍ରତି ସଧବାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ବ୍ରତ ନେଇ ଚଳଚଞ୍ଚଳ ହୋଇଛି ପୁର ପଲ୍ଲୀ । ଅଧିକ ପଢନ୍ତୁ

ଭବାନୀପାଟଣା: ଆଜି ପବିତ୍ର ସାବିତ୍ରୀ ବ୍ରତ । ଶଙ୍ଖା ସିନ୍ଦୂରକୁ ବଜର କରିବା ପାଇଁ ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ରଖିଥାନ୍ତି ସଧବା ନାରୀ । ଦିନଟି ପ୍ରତି ସଧବାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ବ୍ରତ ନେଇ ଚଳଚଞ୍ଚଳ ହୋଇଛି ପୁର ପଲ୍ଲୀ । କଳାହାଣ୍ଡିରେ ମଧ୍ୟ ଏହି ବ୍ରତକୁ ଉତ୍ସାହର ସହିତ ପାଳିଛନ୍ତି ବିବାହିତା ମହିଳା । ବ୍ରତ ପାଇଁ ଦେବାଳୟରେ ପୂଜା କରିବା ସହ ଆଉ କିଏ ବଟ ବୃକ୍ଷ ତ ଆଉ କିଏ ତୁଳସୀ ଚଉଁରା ମୂଳେ ପୂଜା କରିଛନ୍ତି ।

ସାବିତ୍ରୀକୁ ନେଇ ଚଳଚଞ୍ଚଳ କଳାହାଣ୍ଡି

୨ ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ଲୋକେ ନିଜ ନିଜ ଘରେ ବ୍ରତ ପାଳିଥିଲେ । ଚଳିତ ବର୍ଷ କୋରୋନା ପ୍ରଭାବ କମି ଯାଇଥିବା ଯୋଗୁଁ ବିବାହିତା ମହିଳା ମାନେ ଏକତ୍ରିତ ହୋଇ ଏହି ବ୍ରତ ପାଳିଛନ୍ତି । ଧୂପ ଦୀପ ନୈବେଦ୍ୟରେ ଚହଟି ଉଠିଥିଲା ପୁରା ପରିବେଶ। ଉପବାସ ରହି ଭକ୍ତି ଆଉ ନିଷ୍ଠାର ସହ ପୂଜାର୍ଚ୍ଚନା ସାଙ୍ଗକୁ ସ୍ବାମୀଙ୍କ ମଙ୍ଗଳକାମନା କରିଛନ୍ତି ମହିଳା।

ସାବିତ୍ରୀ ପାଇଁ ସଧବା ନାରୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ଓ ଉଦ୍ଦୀପନା। ଯଦିଓ ଚଳିତ ବର୍ଷ ଦରଦାମ ବୃଦ୍ଧି ଲୋକଙ୍କୁ କଷ୍ଟ ଦେଇଛି ତଥାପି ସମସ୍ତ ସାମଗ୍ରୀ ଯୋଗାଡ଼ କରି ବେଶ ଭାବ ଭକ୍ତିମୟ ପରିବେଶରେ ସାବିତ୍ରୀ ବ୍ରତ ପାଳିଛନ୍ତି ବିବାହିତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.