ETV Bharat / state

ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀ ମନ୍ଦିର

author img

By

Published : Aug 14, 2021, 12:26 PM IST

ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ମନ୍ଦିର
ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ମନ୍ଦିର

ଦୀର୍ଘ ମାସର ବ୍ୟବଧାନ ପରେ କୋଲିଲା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ମନ୍ଦିର । କୋରୋନା କଟକଣା ଯୋଗୁଁ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ଅଧିକ ପଢନ୍ତୁ...

ଭବାନୀପାଟଣା: ଖୋଲିଲା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ମନ୍ଦିର । କୋରୋନା କଟକଣା ଯୋଗୁଁ ଦୀର୍ଘ ମାସ ହେବ ବନ୍ଦ ରହିଥିଲା ମନ୍ଦିର । ଫଳରେ ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ । କଳାହାଣ୍ଡି ମହାରାଜ ଓ ଜିଲ୍ଲା ପ୍ରଶାସନର ଆଲୋଚନା ପରେ ସମସ୍ତ କୋଭିଡ ନିୟମ ଅନୁଯାୟୀ ଆଜି ଭକ୍ତଙ୍କ ପାଇଁ ଖୋଲା ଯାଇଛି ମନ୍ଦିର । ଏନେଇ ମାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ ମନ୍ଦିର

ଭକ୍ତଙ୍କ ପ୍ରବେଶ ପାଇଁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିରକୁ ପ୍ରବେଶ ସମୟରେ ମାକ୍ସ ଓ ସାମାଜିକ ଦୂରତା ଭଳି ପଦକ୍ଷେପ ଗୁଡିକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ସେପଟେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ମାଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିଥିଲେ ମଧ୍ୟ ମନ୍ଦିର ଭିତରକୁ ଧୂପ, ଦୀପ, ଫୁଲ, ନୈବେଦ୍ୟ ଆଦି ନେଇପାରିବେ ନାହିଁ ଭକ୍ତ । କୋଭିଡକୁ ଦୃଷ୍ଟିରେ ରଖି ବେଢ଼ା ଦର୍ଶନ ଏବଂ ମନ୍ଦିରର ଗମ୍ଭୀର ପ୍ରବେଶକୁ ନିଷିଦ୍ଧ କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.