ETV Bharat / state

ବେଆଇନ ପଥର ଖନନ, ଜିଲ୍ଲାପାଳଙ୍କ ସମେତ 4ଜଣଙ୍କୁ ଲୋକାୟୁକ୍ତର ନୋଟିସ ଜାରି

author img

By

Published : Sep 5, 2021, 9:04 PM IST

ବେଆଇନ ପଥର ଖନନ, ଜିଲ୍ଲାପାଳଙ୍କ ସମେତ 4ଜଣଙ୍କୁ ଲୋକାୟୁକ୍ତର ନୋଟିସ ଜାରି
ବେଆଇନ ପଥର ଖନନ, ଜିଲ୍ଲାପାଳଙ୍କ ସମେତ 4ଜଣଙ୍କୁ ଲୋକାୟୁକ୍ତର ନୋଟିସ ଜାରି

ଜିଲ୍ଲାରେ ଚାଲିଛି ବେଧଡକ ପଥର ଖନନ । ଲୋକାୟୁକ୍ତ ନୋଟିସ ପାଇବା ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଚଢ଼ାଉରେ ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ଏବଂ ଜେସିବି ମେସିନକୁ ଜବତ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଅଧିନ ତୁମୁରା ଗାଁ ନିକଟ ଲାଖଡୋଙ୍ଗରୀରେ ବେଆଇନ ପଥର ଉତ୍ତୋଲନ ଅଭିଯୋଗ ପରେ ଆଜି(ବୁଧବାର) ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ଆଉ ଏହି ଚଢ଼ାଉରେ ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ଏବଂ ଜେସିବି ମେସିନକୁ ଜବତ କରିଛି ପ୍ରଶାସନ ।

ସେପଟେ ସ୍ଥାନୀୟ ଅଞ୍ଚଳର ଜଣେ ଜନ ପ୍ରତିନିଧି ବେସରକାରୀ ଜମିରେ ଧାର୍ଯ୍ୟ ହୋଇଥିବା ନିର୍ଦ୍ଧିଷ୍ଟ ଅର୍ଥ ନ ଦେଇ ବିନା ଦସ୍ତାବିଜରେ ଦୀର୍ଘ ବର୍ଷ ଧରି କ୍ରସର୍ ଚଳାଇ ଆସୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କିଛି ମାସ ତଳେ ଉକ୍ତ କ୍ରସରରେ ବେଆଇନ୍ ପଥର ବ୍ରାଷ୍ଟିଂ ସମୟରେ ଜଣେ ଶ୍ରମିକଙ୍କ ଗୋଡ କଟିଯିବା ଭଳି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବେଆଇନ ପଥର ଖନନ, ଜିଲ୍ଲାପାଳଙ୍କ ସମେତ 4ଜଣଙ୍କୁ ଲୋକାୟୁକ୍ତର ନୋଟିସ ଜାରି

ତେବେ ଉକ୍ତ କ୍ରସର ଚାଲିଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ସହ ଜୈବ ବିବିଧତା ନଷ୍ଟ ହେଉଥିବା ନେଇ ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିବା ପରେ ମାନ୍ୟବର ଲୋକାୟୁକ୍ତ କଳାହାଣ୍ଡି ଜିଲ୍ଲାପାଳ, ପ୍ରର୍ଦୁଷଣ କଣ୍ଟ୍ରୋଲ ବୋର୍ଡ ଭୁବନେଶ୍ବର, ଗୋଲାମୁଣ୍ଡା ତହସିଲଦାର ଓ କ୍ରସର ମାଲିକ ରାଜ କୁମାର ନାଏକଙ୍କୁ ଆସନ୍ତା ୨୨ ତାରିଖରେ ଲୋକାୟୁକ୍ତରେ ହାଜର ହେବା ପାଇଁ ନୋଟିସ୍ ଜାରି ହୋଇଛି ।

ତେବେ ଏହି ନିର୍ଦ୍ଦେଶ ପାଇବା ପରେ ଏନେଇ ପ୍ରଶାସନ ତତ୍ପରତା ଦେଖାଇ ଧର୍ମଗଡ ଉପ ଜିଲ୍ଲାପାଳ, ଗୋଲାମୁଣ୍ଡା ତହସିଲଦାର, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ପୋଲିସ ଫୋର୍ସ ସହ ବେଆଇନ ପଥର ଖନନ ହେଉଥିବା ଅଞ୍ଚଳରେ ଚଢ଼ାଉ କରିବା ସହ ଟ୍ରାକ୍ଟର ଓ ଜେସିବିକୁ ଜବତ କରିଥିବା ଜଣାପଡିଛି । ସେପଟେ ଦୀର୍ଘ ବର୍ଷ ଧରି ଏଠାରେ ବେଆଇନ୍ ପଥର ଉତ୍ତୋଳନ କେମିତି ଓ କାହାର ଛତ୍ରଛାୟା ତଳେ ଚାଲିଥିଲା, ତାହା ଏବେ ତଦନ୍ତ ସାପେକ୍ଷ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.