ETV Bharat / state

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଏସପିଙ୍କୁ ଭେଟିଲା ଗ୍ରାମରକ୍ଷୀ ସଂଘ

author img

By

Published : Jan 26, 2022, 7:14 AM IST

village guard was meet collector and sp of kalahandi
ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରାସ୍ଥ, କଳାହାଣ୍ଡି ଗ୍ରାମରକ୍ଷୀ ସଙ୍ଘ

ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ ହେଲେ ଗ୍ରାମରକ୍ଷୀ ସଙ୍ଘ । ଦୀର୍ଘ ଦିନ ଧରି ପୋଲିସ ବିଭାଗ ସହ କାର୍ଯ୍ୟ କରି ଆସୁଛି ଗ୍ରାମରକ୍ଷୀ । ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତି ସହ ଚୋରି ଡକାୟତି ଭଳି ଅପରାଧକୁ ରୋକିବାରେ ଏମାନଙ୍କ ଭୂମିକା ରହିଥିବା ବେଳେ କୋଭିଡ ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ଗାଁରେ ନିୟୋଜିତ କାର୍ଯ୍ୟ କରୁଥିଲେ । ଅଧିକ ପଢନ୍ତୁ

ଭବାନୀପାଟଣା: ଜିଲ୍ଲାପାଳ ଓ ଏସପିଙ୍କ ଦ୍ବାରସ୍ଥ ହେଲେ ଗ୍ରାମରକ୍ଷୀ ସଙ୍ଘ । ଦୀର୍ଘ ଦିନ ଧରି ପୋଲିସ ବିଭାଗ ସହ କାର୍ଯ୍ୟ କରି ଆସୁଛି ଗ୍ରାମରକ୍ଷୀ । ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତି ସହ ଚୋରି ଡକାୟତି ଭଳି ଅପରାଧକୁ ରୋକିବାରେ ଏମାନଙ୍କ ଭୂମିକା ରହିଥିବା ବେଳେ କୋଭିଡ ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ଗାଁରେ ନିୟୋଜିତ କାର୍ଯ୍ୟ କରୁଥିଲେ ।

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଏସପିଙ୍କୁ ଭେଟିଲା ଗ୍ରାମରକ୍ଷୀ ସଂଘ

ହେଲେ ଏବେ ନିଜ ପଦବୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମରକ୍ଷୀ । ମାସକୁ ୧୮ ଶହ ଟଙ୍କା ଦରମା ପାଉଥିବା ଗ୍ରାମରକ୍ଷୀ ସରକାରଙ୍କ ଅନେକ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଗ୍ରାମରକ୍ଷୀ ସଙ୍ଘ ଜିଲ୍ଲାପାଳ ଓ ଏସପିଙ୍କୁ ନିଜର ଦାବି ଜଣାଇଛନ୍ତି । ଦରମା ବୃଦ୍ଧି ସହ ସରକାରଙ୍କ ସମସ୍ତ ଯୋଜନାରେ କିଭଳି ସାମିଲ କରାଯିବା ଏନେଇ ଏସପିଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.