ETV Bharat / state

ଲାଞ୍ଚ ନେଇ ଧରାପଡିଲେ GRS, ମରଗ୍ରିତ ପାଣିଗ୍ରାହୀଙ୍କୁ ବାନ୍ଧିଲା ଭିଜିଲାନ୍ସ

author img

By ETV Bharat Odisha Team

Published : Nov 23, 2023, 6:06 PM IST

GRS arrested by vigilance
ଲାଞ୍ଚ ନେଇ GRS ଗିରଫ

ଲାଞ୍ଚ ନେଉଥିବାବେଳେ ଜିଆରଏସ ମରଗ୍ରିତ ପାଣିଗ୍ରାହୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ । ମନରେଗା ଯୋଜନାର ବିଲ କରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

ଲାଞ୍ଚ ନେଇ GRS ଗିରଫ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଜିଆରଏସ । ଲାଞ୍ଚ ନେଉଥିବାବେଳେ ଜିଆରଏସ ମରଗ୍ରିତ ପାଣିଗ୍ରାହୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ । ସେ ମନରେଗା ଯୋଜନାର ବିଲ କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଯାଇଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ କର୍ଲାକୋଟ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ମରଗ୍ରିତ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ସିଲାଇଜୋରର ଗାଁର ବାବୁଲି ହରିଜନଙ୍କ ମନରେଗା ବିଲ କରାଇ ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମରଗ୍ରିତ । ଏନେଇ ବାବୁଲି ନାମକ ଜଣେ ବ୍ୟକ୍ତି ଜିଲ୍ଲା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଆଉ ଅଭିଯୋଗ ଆଧାରରେ ଏହି ଲାଞ୍ଚୁଆ ଜିଆରଏସଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା ଭିଜିଲାନ୍ସ ବିଭାଗ । ଯୋଜନା ମୁତାବକ, ଆଜି ମୁଖିଗୁଡ଼ାଠାରେ ଥିବା ନିଜ ଘରେ ଜିଆରଏସ ଜଣକ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଥିଲା ଭିଜିଲାନ୍ସ । ଜିଆରଏସଙ୍କ ଠାରୁ ୧୫ ହଜାର ଟଙ୍କା ଜବତ କରିବା ସହ ଜିଆରଏସ ମରଗ୍ରିତ ପାଣିଗ୍ରାହୀଙ୍କୁ ଗିରଫ କରିବା ସହ ତାଙ୍କ ବାସଭବନ ଉପରେ ମଧ୍ୟ ଚଢାଉ ଜାରି ରଖିଛନ୍ତି ।

ପୂର୍ବରୁ ମଧ୍ୟ ଭିଜିଲାନ୍ସ ଟିମ୍ ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଗିରଫ କରିଛି । କେତେବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେଉଛି ତ ଆଉ କେତେବେଳେ ଲାଞ୍ଚ ନେଇ ଧରାପଡୁଛନ୍ତି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ । ଗତ ୯ ତାରିଖରେ ଲାଞ୍ଚ ନେଉଥିବାବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ଜଣେ ଜିଆରଏସ ଭିଜିଲାନ୍ସ ସ୍କାନରକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ପାଇଁ ସେ ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭଇଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

ଏହା ବି ପଢନ୍ତୁ...ଖାକିରେ ଲାଗିଲା ଦାଗ, ଲାଞ୍ଚ ନେଇ ଫସିଲେ ସବ-ଇନିସପେକ୍ଟର

ଏହା ବି ପଢନ୍ତୁ...ଭିଜିଲାନ୍ସ ହାତରେ GRS, ଆବାସ ଘର ପାଇଁ ନେଉଥିଲେ ଲାଞ୍ଚ

ଏହା ବି ପଢନ୍ତୁ...Vigilance Raid: ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ରେଡ୍

ସେହିପରି ଗତ ୯ ତାରିଖରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ସେ ଭିଜିଲାନ୍ସ ମୁଖ୍ୟାଳୟରେ ଜେରାର ସମ୍ମୁଖୀନ ହୋଇଥିଲେ । ଏହା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ତେବେ ବିଶ୍ବବନ୍ଧୁ ଆୟଠାରୁ ୩୩୮ ପ୍ରତିଶତ ଅଧିକ ସମ୍ପତ୍ତିର ଅଧିକାରୀ ହୋଇଥିବା ଭିଜିଲାନ୍ସ ଦର୍ଶାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.