ଭିଜିଲାନ୍ସ ହାତରେ GRS, ଆବାସ ଘର ପାଇଁ ନେଉଥିଲେ ଲାଞ୍ଚ

By ETV Bharat Odisha Team

Published : Nov 9, 2023, 5:58 PM IST

thumbnail

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜିଆରଏସ । କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦିକ୍ଷୀତ ତେଲିଆ ଗାଁରେ ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି  ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ।

ସୂଚନା ଅନୁଯାୟୀ କୋରେଇ ବ୍ଲକ ତେଲିଆ ଗାଁର କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଏକ ଆବାସ ଘର ପାଇଁ ଅନେକ ଦିନ ହେବ ଜିଆରଏସ ଦିଲ୍ଲୀପ କୁମାର ଦୀକ୍ଷିତଙ୍କ ନିକଟରେ ଗୁହାରି କରୁଥିଲେ । ତେବେ ଜିଆରଏସ ଦିଲୀପ ଏହି ଆବାସ ଘର କରିଦେବାକୁ 5 ହଜାର ଟଙ୍କା ମାଗିଥିଲେ l ଯାହାକୁ ବିରୋଧ କରି କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଯାଜପୁର ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହେଇଥିଲେ l ତେବେ ଏହି ଅଭିଯୋଗ ପାଇ ଆଜି ଯାଜପୁର ଓ କଟକ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରି ଜିଆରଏସଙ୍କୁ 5ହଜାର ଟଙ୍କା ନେଉଥିବା ବେଳେ ଗିରଫ କରିଥିବା ସୂଚନା ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.