ETV Bharat / state

ଖାକିରେ ଲାଗିଲା ଦାଗ, ଲାଞ୍ଚ ନେଇ ଫସିଲେ ସବ-ଇନିସପେକ୍ଟର

author img

By ETV Bharat Odisha Team

Published : Nov 22, 2023, 9:29 PM IST

ଲାଞ୍ଚ ନେଇ ଫସିଲେ ସବ-ଇନିସପେକ୍ଟର
ଲାଞ୍ଚ ନେଇ ଫସିଲେ ସବ-ଇନିସପେକ୍ଟର

ଭିଜିଲାନ୍ସ ଜାଲରେ ପୋଲିସ ସବ ଇନ୍ସପେକ୍ଟର । ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରାପଡ଼ିଲେ ବାଉଁସୁଣି ଥାନା ସବ୍ ଇନ୍ସପେକ୍ଟର । ଅଧିକ ପଢ଼ନ୍ତୁ

ଲାଞ୍ଚ ନେଇ ଫସିଲେ ସବ-ଇନିସପେକ୍ଟର

କଟକ: ଭିଜିଲାନ୍ସ ଜାଲରେ ସବ୍ ଇନ୍ସପେକ୍ଟର । ଡିଜିଟାଲ ପେମେଣ୍ଟ୍ ଜରିଆରେ ନେଉଥିଲେ ଲାଞ୍ଚ । ଲାଞ୍ଚ ନେଇ ଫସିଗଲେ ପୋଲିସ ବାବୁ । ଜଣେ ବ୍ୟକ୍ତିଙ୍କ ଜବତ ଗାଡିକୁ ରିଲିଜ କରିବା ପାଇଁ ମାଗିଥିଲେ 15 ହଜାର ଟଙ୍କା ଲାଞ୍ଚ । ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ । ଗତକାଲି ଏହି ଘଟଣା ଘଟିଥିବା ବେଳେ ଫୁଲବାଣୀ ବାଉଁଶୁଣୀ ଥାନା ସବଇନିସପେକ୍ଟର ଡିଜିଟାଲ ଆପରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏନେଇ ଆଜି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି ।

ତେବେ ଗତକାଲି ଲାଞ୍ଚ ନେଇ ଧରା ପଡ଼ିଥିବା ବୌଦ୍ଧ ବାଉଁଶୁଣୀ ଥାନା ସବ୍ ଇନ୍ସପେକ୍ଟର ହେଉଛନ୍ତି ବିକ୍ରମ କୁମାର ଦେହୁରୀ । ଡିଜିଟାଲ ଆପରେ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କୋର୍ଟର ଅନୁମତି ଥିବା ସତ୍ତ୍ବେ ଗାଡି଼ ଛାଡିବାକୁ ଟଙ୍କା ମାଗୁଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ଥାନାରୁ ତାଙ୍କ ମଟୋର ସାଇକେଲ ରିଲିଜ୍ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ କୋର୍ଟ ନିର୍ଦ୍ଦେଶ ମଧ୍ୟ ପାଳନ କରିବେ ନାହିଁ କି ଗାଡ଼ି ଛାଡିବେ ନାହିଁ ବୋଲି କହିଥିଲେ । ଏହାସହ ଏକ ଆକାଉଣ୍ଟ ନମ୍ବର ଦେଇ ଲାଞ୍ଚ ଟଙ୍କା ଫୋନ୍ ପେ ଜରିଆରେ ଦେବାକୁ ପୋଲିସ ବାବୁ ଜଣକ କହିଥିଲେ । ଏହାକୁ ବ୍ୟକ୍ତି ଜଣକ କଲ ରେକର୍ଡ କରି ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ । ସେପଟେ ବ୍ୟକ୍ତି ଜଣଙ୍କ ଥାନା ଅଧିକାରୀଙ୍କୁ ଫୋନ୍ ପେରେ ପେମେଣ୍ଟ କରିଥିବା ଟଙ୍କାର ସ୍କ୍ରିନସଟ୍ ମଧ୍ୟ ଭିଜିଲାନ୍ସ ଅଧିକାରୀଙ୍କୁ ଦେଇଥିଲେ । ତେବେ ପୂର୍ବରୁ ପୋଲସ ବାବୁ ଜଣଙ୍କ 20 ହଜାର ଟଙ୍କା ନେଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.......ଲାଞ୍ଚ ନେଇ ଫସିଲେ ICDS ସୁପରଭାଇଜର,ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଏହାର ତଦନ୍ତ କରି ସମ୍ପୃକ୍ତ ପୋଲିସ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ବାବୁ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଆଗକୁ ଏଭଳି ଯଦି କୌଣସି ସରକାରୀ ଅଧିକାରୀ, ଡିଜିଟାଲ ପେମେଣ୍ଟ ଜରିଆରେ ଲାଞ୍ଚ ମାଗୁଛନ୍ତି ତେବେ ଭିଜିଲାନ୍ସ କୁ ଜଣାଇବାକୁ ଭିଜିଲାନ୍ସ ଏସପି ପରାମର୍ଶ ଦେଇଛନ୍ତି । ତେବେ ଭିଜିଲାନ୍ସ ସେହି ପେମେଣ୍ଟ ମୋଡ୍ ଓ ସ୍କ୍ରିନ୍ ସଟ୍ ବ୍ୟାଙ୍କ୍ ଆକାଉଣ୍ଟକୁ ଯାଞ୍ଚ୍ କରି ଲାଞ୍ଚ ନେଇଥିବା ବ୍ୟକ୍ତିଙ୍କୁ ଧରିବାକୁ ଚେଷ୍ଟା କରିବ ବୋଲି ଭିଜିଲାନ୍ସ ଏସପି ଏମ୍ ରାଧା କ୍ରୀଷ୍ଣନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.