ETV Bharat / state

Vigilance Raid: ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ରେଡ୍

author img

By ETV Bharat Odisha Team

Published : Nov 9, 2023, 2:31 PM IST

ଭିଜିଲାନ୍ସ ସ୍କାନରରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ । ୬ଟି ଠିକଣାରେ ଏକାକାଳୀନ ରେଡ୍ ଜାରି । ଅଧିକ ପଢନ୍ତୁ

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ରେଡ୍

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଅଫିସ୍, ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । କଲେଜରେ ଥିବା ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଚାଲିଛି ଚଢାଉ । ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଡିଏସପି ଏସକେ ବଳଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଅଛନ୍ତି ।


ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ପୁରୀରେ ତାଙ୍କର ପୈତୃକ ବାସଭବନ ସମେତ ୪ଟି ଠିକଣା ଏବଂ ବଲାଙ୍ଗୀର ଓ ସମ୍ବଲପୁର ଗୋଟିଏ ଲେଖାଏଁ ଠିକଣାରେ ଭିଜିଲାନ୍ସ ରେଡ୍‌ କରୁଛି । ବଲାଙ୍ଗୀର ଆୟୁର୍ବେଦିକ କଲେଜ୍‌ରେ ଥିବା ତାଙ୍କ ଚାମ୍ବରରେ ପଶି ମଧ୍ୟ ଛାନଭିନ କରୁଛି ଭିଜିଲାନ୍ସ । ତାଙ୍କ କାର୍ଯ୍ୟାଳୟରେ ସବୁ କାଗଜପତ୍ର ତନ୍ନ ତନ୍ନ ଭାବରେ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ: ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ; ଆୟ ବହିର୍ଭୂତ ସମ୍ପତ୍ତି ନେଇ ଖୋଳତାଡ଼ ଜାରି

ସୂଚନା ଥାଉକି, ଗତ ୧ ତାରିଖରେ ସୁଦର୍ଶନ ବେହେରା ବଲାଙ୍ଗୀର ଆୟୁର୍ବେଦିକ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟରେ ଯୋଗ ଦେବାର ମାତ୍ର ୯ ଦିନ ମଧ୍ୟରେ ସେ ଭିଜିଲାନ୍ସ ବିଭାଗ ସ୍କାନର୍‌କୁ ଆସିଛନ୍ତି । ଭିଜିଲାନ୍ସ ତାଙ୍କ ନାଁରେ ପୂର୍ବରୁ ଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରିଛି । ସମ୍ପୃକ୍ତ ଅଧ୍ୟକ୍ଷ କାର୍ଯ୍ୟରେ ଯୋଗ ଦେଇଥିଲେ ହେଁ ସପ୍ତାହେ ହେବ ଅନୁପସ୍ଥିତ ଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କର କାର୍ଯ୍ୟାଳୟରେ ରେଡ଼ ଜାରି ରଖିଛି । ତେବେ ଏହାକୁ ନେଇ ଭିଜିଲାନ୍ସ ବିଭାଗ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ ତଦନ୍ତ ସରିଲେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିନକ ପୂର୍ବରୁ ଅର୍ଥାତ୍ କାଲି(ବୁଧବାର) ଭିଜିଲାନ୍ସ ବିଭାଗ ଜନସ୍ବାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ରେଡ୍ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସକାଳୁ ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ଅଫିସ, ଘର, ସମ୍ପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚଲାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.