ETV Bharat / state

ଖଣି ପାଇଁ ସାଂଗଠନିକ ଛକାପଞ୍ଝା, ଦ୍ବନ୍ଦ୍ବରେ କଳାହାଣ୍ଡି ବେଦାନ୍ତ ଖଣି ପରିକଳ୍ପନା

author img

By

Published : May 3, 2023, 7:36 PM IST

ଖଣି ପାଇଁ ସାଂଗଠାନିକ ଛକାପଞ୍ଝା
ଖଣି ପାଇଁ ସାଂଗଠାନିକ ଛକାପଞ୍ଝା

ବେଦାନ୍ତ ଆଲୁମିନାକୁ ଖଣି ଖନନକୁ ନେଇ ଜୋର ଧରିଛି ସାଂଗଠନିକ ଛକାପଞ୍ଝା । ଜମି ଦେବାକୁ ସରକାରଙ୍କୁ କଳାହାଣ୍ଡି ସାଇନିଂ କମିଟି ଦାବି କରୁଥିବା ବେଳେ ଏହାକୁ ନେଇ ଆଦିବାସୀ ସଂଗଠନ ବିକ୍ଷୋଭ କରିଛନ୍ତି । ଅଧିକ ପଢ଼ନ୍ତୁ

ବେଦାନ୍ତ ଆଲୁମିନାକୁ ଖଣି ଖନନକୁ ନେଇ ଜୋର ଧରିଛି ସାଂଗଠାନିକ ଛକାପଞ୍ଝା

ଭବାନୀପଟଣା: ଖଣି ପାଇଁ ସାଂଗଠନିକ ଛକାପଞ୍ଝା । ବେଦାନ୍ତ ଆଲୁମିନାକୁ ଖଣି ଦେବା ପାଇଁ ସରକାରଙ୍କୁ କଳାହାଣ୍ଡି ସାଇନିଂ କମିଟି ଦାବି କରୁଥିବା ବେଳେ ଏହାକୁ ନେଇ ଆଦିବାସୀ ସଂଗଠନ ବିକ୍ଷୋଭ କରିଛନ୍ତି । ନଦୀ ନାଳ ଝରଣାକୁ ନେଇ ପରିଚିତ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଭରି ରହିଛି ଖଣିଜ ସମ୍ପଦ । ୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟକମ୍ପାନୀ ବେଦାନ୍ତ । ଆଦିବାସୀ ଆଞ୍ଚଳରେ କମ୍ପାନୀ ପ୍ରତିଷ୍ଠା ହେଲେ ଜିଲ୍ଲାର ଉନ୍ନତି ହେବ ବୋଲି ଆନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାର ଉନ୍ନତି ପାଇଁ ବେଦାନ୍ତକୁ ଖଣି ଖନନ ପାଇଁ ଅନୁମତି ପ୍ରଦାନ ଦାବିରେ ଆଜି କଳାହାଣ୍ଡି ଜିଲ୍ଲାରେ ସାଇନିଂ କଳାହାଣ୍ଡି ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଯେଉଁଥିରେ ବେଦାନ୍ତ କମ୍ପାନୀକୁ ଖଣିଲିଜ୍‌ର ଦାବି ଉପସ୍ଥାପନ କରିଛି ।

ମାତ୍ର ଏହି ଦାବିକୁ ବିରୋଧ କରିଛି ବଭିନ୍ନ ଆଦିବାସୀ ସଂଗଠନ । ଖଣି ଖନନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭାରେ ସରକାର ଓ ସାଇନଂ କମିଟି ଉପରେ ବର୍ଷିଛନ୍ତି ଆଦିବାସୀ । ନିୟମଗିରି ସୁରକ୍ଷା ସମିତି ଆବାହକ ଲିଙ୍ଗରାଜ ଆଜାଦ କହିଛନ୍ତି, "ପୂର୍ବରୁ ବେଦାନ୍ତର ଲୋଲୁପ ଦୃଷ୍ଟି ନିୟମଗିରି ଉପର ପଡିଥିଲା । ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅନୁମତି ପ୍ରଦାନ କରିନଥିଲେ । ଖଣି ଖନନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସାଇନିଂ କମିଟି ବିକାଶ ନାଁରେ ଜିଲ୍ଲାର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ବସିଛନ୍ତି । ଯାହାଙ୍କୁ ସରକାର ସହଯୋଗ କରୁଛନ୍ତି ।"

ଆଦିବାସୀ ନେଇଛନ୍ତି ବଜ୍ର ଶପଥ । "ଜୀବନ ଯାଉ ଜଳ ଜମି ଓ ଜଙ୍ଗଲ ବଞ୍ଚିଥାଉ" ନାରା ଦେଇଛି ଆଦିବାସୀ ସଂଗଠନ । ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଆଦିବାସୀ । ସେପଟେ ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି ଯେ, ଖଣି ପାଇଁ ପ୍ରଥମେ ଗ୍ରାମବାସୀଙ୍କ ପାଇଁ ଗ୍ରାମସଭା ଆୟୋଜନ କରାଯାଉ । ଗ୍ରାମସଭା ମାଧ୍ୟମରେ ଆଦିବାସୀଙ୍କ ମତକୁ ନେଇ ନିଷ୍ପତ୍ତି ନିଅନ୍ତୁ ନଚେତ ନିୟମଗିରି ଆନ୍ଦୋଳନର ପୁନରାବୃତ୍ତି ହେବ ।

ତେବେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏନେଇ ସଫେଇ ଦେବା ସହ ଆଦିବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲା ବିଜେଡି । ଏହାସହ ସରକାର ସର୍ବଦା ଆଦିବାସୀଙ୍କ ସମର୍ଥନରେ ଅଛନ୍ତି ଏବଂ ଆଦିବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲା ବିଜେଡି ।

ଇଟିଭି ଭାରତ, ଭବାନୀପଟଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.