ETV Bharat / state

କଳାହାଣ୍ଡିରେ ପୁଣି ଡରାଇଲା ଡାଇରିଆ, ରୋକିବାକୁ ପ୍ରଶାସନର ମେଡିକାଲ କ୍ୟାମ୍ପ

author img

By

Published : Nov 13, 2022, 5:07 PM IST

କଳାହାଣ୍ଡିରେ ପୁଣି ଥରେ ଡରାଇଲା ଡାଇରିଆ
କଳାହାଣ୍ଡିରେ ପୁଣି ଥରେ ଡରାଇଲା ଡାଇରିଆ

କଳାହାଣ୍ଡି କୋକସରା ବ୍ଲକର ଭିର୍କାପଡା ଗାଁରେ ଡାଇରିଆ ଆତଙ୍କ(diarrhea outbreak in kokosara block)। ଅଧିକ ପଢନ୍ତୁ

ଭବାନୀପାଟଣା: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ(Diarrhea outbreak in kalahandi) । କଳାହାଣ୍ଡି ଜିଲ୍ଲାରେ ପୁଣି କିଛି ଦିନର ବ୍ୟବଧାନ ପରେ ପୁଣି କୋକସରା ବ୍ଲକର ଭିର୍କାପଡା ଗାଁରେ ଦେଖା ଦେଇଛି ଡାଇରିଆ ଆତଙ୍କ । ବିଗତ ଦିନରେ ଜିଲ୍ଲାର ଅନେକ ଅଞ୍ଚଳରେ ମାସ ମାସ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ପୁଣି ଲୋକଙ୍କୁ ଡରାଇବାରେ ଲାଗିଛି ଡାଇରିଆ ।

କଳାହାଣ୍ଡିରେ ପୁଣି ଥରେ ଡରାଇଲା ଡାଇରିଆ

ସୂଚନା ଅନୁଯାୟୀ, ଗତ ୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ଗାଁର ୧୦ରୁ ଊର୍ଦ୍ଧ୍ବ ଲୋକ । ଏନେଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଖବର ପାଇ ଗାଁରେ ସ୍ଥାନୀୟ ମେଡିକାଲ ଟିମ କ୍ୟାମ୍ପ କରି ଡାଇରିଆ ନିରାକରଣ ବ୍ୟବସ୍ଥାକୁ ହାତକୁ ନେଇଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗାଁରେ ପହଞ୍ଚି ନଳକୂପରୁରୁ ପାଣି ନମୁନା ସଂଗ୍ରହ କରିଥିବା ବେଳେ ସ୍ଥାନୀୟ ପଞ୍ଚାୟତ କର୍ମଚାରୀ ଓ ସ୍ୱାସ୍ଥ୍ୟ ଟିମ ଗାଁର ପରିମଳ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଅନ୍ୟପଟେ ଗାଁରେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନଥିବା ବେଳେ ଲୋକଙ୍କୁ ସଚେତନ କରୁଛି ମେଡିକାଲ ଟିମ।

ସେହିପରି ପୂର୍ବରୁ ମଧ୍ୟ ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ଭାଟିପାସ ଗାଁରେ ଦେଖାଦେଇଥିଲା ଡାଇରିଆ ଆତଙ୍କ । ଏନେଇ ଗାଁରେ ସ୍ବାସ୍ଥ୍ୟ ଟିମ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା । ଏଥିସହ ଗାଁରେ ଥିବା ଗୋଟିଏ ନଳକୂପର ପାଣି ବ୍ୟବହାର କରିବା ସହ ନିକଟରେ ଥିବା ନାଳର ପାଣି ଲୋକେ ବ୍ୟବହାର କରିଥାନ୍ତି । ଏନେଇ ଗାଁକୁ ଯାଇଥିବା ମେଡ଼ିକାଲ ଟିମ ନଳକୂପରୁ ନମୁନା ସଂଗ୍ରହ କରିଥିବା ବେଳେ ଲୋକଙ୍କୁ ସଚେତନ କରିଥିଲା ସ୍ୱାସ୍ଥ୍ୟ ଟିମ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.