ETV Bharat / state

ପୋଖରୀରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

author img

By

Published : Jul 12, 2020, 4:15 PM IST

A man deadbody found in pond
ପୋଖରୀରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ପୁରୁଣାପଡା ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ହେଲେ ଭୋଇଗୁଡା ଗାଁ ବିଜୟ ମହାରଣା । ଅଧିକ ପଢନ୍ତୁ...

ଭବାନୀପାଟଣା: ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ପୁରୁଣାପଡା ପୋଖରୀରେ । ମୃତ ବ୍ୟକ୍ତି ହେଲେ ଭୋଇଗୁଡା ଗାଁ ବିଜୟ ମହାରଣା ।

A man deadbody found in pond
ପୋଖରୀରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପୁରୁଣାପଡା ପୋଖରୀରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ସୂଚନା ପାଇଁ ଭବାନୀପାଟଣା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଦମକଳ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରାଯିବା ସହ ପୋଖରୀରେ ମାଛ ଧରିବା ପାଇଁ ବିଛାଯାଇଥିବା ଜାଲରେ ଛନ୍ଦି ହୋଇଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତ ପରେ ପରିବାର ଲୋକେ ମୃତବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ ।

ପୋଖରୀରୁ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସୂଚନାନୁସାରେ, ବିଜୟ ଶନିବାର ରାତିରୁ ନିଖୋଜ ଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.