ETV Bharat / state

ବାଇକ ଲାଇଟରୁ ଗୋଷ୍ଠୀ ସଂଘର୍ଷ, 3 ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Jun 11, 2022, 9:38 AM IST

ଦିନରେ ବାଇକ ଲାଇଟ ଜଳୁଥିବାରୁ ଆକ୍ରମଣ, ଜଣେ ମୃତ ଅନ୍ୟଜଣେ ଗୁରୁତର
ଦିନରେ ବାଇକ ଲାଇଟ ଜଳୁଥିବାରୁ ଆକ୍ରମଣ, ଜଣେ ମୃତ ଅନ୍ୟଜଣେ ଗୁରୁତର

କଳାହାଣ୍ଡି ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ତୁମୁଳ କାଣ୍ଡ । ଦିନରେ ବାଇକ ଲାଇଟ ଜଳୁଥିବାରୁ ଆକ୍ରମଣ । ଏଥିରେ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର । ଘଟଣାରେ ୩ ଜଣକୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ବାଇକ ଲାଇଟକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଅଞ୍ଚଳରେ ।

ଦିନରେ ବାଇକ ଲାଇଟ ଜଳୁଥିବାରୁ ଆକ୍ରମଣ, ଜଣେ ମୃତ ଅନ୍ୟଜଣେ ଗୁରୁତର

ସୂଚନା ଅନୁଯାୟୀ ପାଷ୍ଟିପଡ଼ା ଗାଁର ଟିକେମଣି ଭୋଇ ଓ ମନୋଜ ଭୋଇ ବାଇକ ଯୋଗେ କୌଣସି କାମ ପାଇଁ ଭବାନୀପାଟଣା ଯାଉଥିଲେ । ତେବେ ବାଇକର ଲାଇଟ ଜଳୁଥିବାରୁ ଗାଁ ଛକ ନିକଟରେ ସେହି ଗାଁର ତିନି ଯୁବକ ହରି ମାଝୀ, ହରେରାମ ମାଝୀ ଓ ଶ୍ୟାମ ମାଝୀ ଉଭୟଙ୍କୁ ଅଟକାଇଥିଲେ । ଫଳରେ ସେମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ହରି, ହରେରାମ ଓ ଶ୍ୟାମ ଉଭୟଙ୍କୁ ବାଇକରୁ ଟାଣି ଆଣି ଲୁହା ପାଇପରେ ଆକ୍ରମଣ କରିଥିଲେ ।

ଟିକେମଣି ଓ ମନୋଜଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଟିକେମଣିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବୁର୍ଲା ଯାଉଥିବା ସମୟରେ ବଲାଙ୍ଗୀର ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆକ୍ରମଣ କରିଥିବା ୩ ଯୁବକ ହରି, ହରେରାମ ଓ ଶ୍ୟାମକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.