ETV Bharat / state

Omicron Scare: ଝାରସୁଗୁଡାରେ ଜାନୁଆରୀ ୨ ଯାଏଁ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ

author img

By

Published : Dec 24, 2021, 5:41 PM IST

Omicron Scare: ଝାରସୁଗୁଡ଼ାରେ ଜାନୁଆରୀ ୨ ଯାଏଁ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ
Omicron Scare: ଝାରସୁଗୁଡ଼ାରେ ଜାନୁଆରୀ ୨ ଯାଏଁ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ

ସ୍ବତନ୍ତ୍ର ରିଲିଫ କମିଶନର ସାରା ରାଜ୍ୟରେ ବଡ଼ି ଦିନ ଓ ନୂଆ ବର୍ଷ ପାଳନ ଉପରେ କଟକଣା ଲଗାଇବା ପରେ ଆସିଛି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଗାଇଡ଼ଲାଇନ । ପ୍ରଶାସନ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ପିକନିକ୍‌ ଉପରେ ଲଗାଇଛି ରୋକ । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ପୁଣି ଲାଗିଲା କଟକଣା(New Covid Guideline imposed in Odisha) । ସ୍ବତନ୍ତ୍ର ରିଲିଫ କମିଶନର ବଡ଼ଦିନରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ହୋଟେଲ, ଧର୍ମାନୁଷ୍ଠାନ, କ୍ଲବ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା ପରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଜିଲ୍ଲାର (Jharsuguda Picnic destinations closed from 25th Dec to 2nd January) ସମସ୍ତ ପର୍ଯ୍ୟଟନ ସ୍ଥଳକୁ ପ୍ରବେଶ ଉପରେ ଲଗାଇଛି କଟକଣା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

Omicron Scare: ଝାରସୁଗୁଡ଼ାରେ ଜାନୁଆରୀ ୨ ଯାଏଁ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ
Omicron Scare: ଝାରସୁଗୁଡ଼ାରେ ଜାନୁଆରୀ ୨ ଯାଏଁ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ

ସ୍ବତନ୍ତ୍ର ରିଲିଫ କମିଶନର କୋଭିଡ଼ କଟକଣାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଏ ନେଇ ପ୍ରଶାସନ ଏକ ନିର୍ଦ୍ଦେଶନାମା ଜାରି କରିଛି । ଖ୍ରୀଷ୍ଟମାସ ଦିନ ସନ୍ଧ୍ୟାରେ କୌଣସି ସ୍ଥାନରେ ଗହଳି କରିବାକୁ ବାରଣ କରାଯାଇଛି । ଚର୍ଚ୍ଚଗୁଡ଼ିକ କେବଳ ନୀତି ଓ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଖୋଲା ରହିବାକୁ ରହିଛି ନିର୍ଦ୍ଦେଶ । ଏଠାରେ କୌଣସି ଲୋକଙ୍କୁ ପ୍ରବେଶ କରାଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏହା ବି ପଢନ୍ତୁ: Covid Guideline Odisha: ବଡଦିନ ପାଳନରେ ବ୍ରେକ, ହେବନି ଜିରୋ ନାଇଟ ସେଲିବ୍ରେସନ

ସେହିପରି ନୂଆବର୍ଷ ରାତିରେ ମଧ୍ୟ କୌଣସି ସେଲିବ୍ରେସନ ହେବ ନାହିଁ । ଫଳରେ ଡିସେମ୍ବର ୩୧ ତାରିଖରେ ହେଉଥିବା ଜିରୋ ନାଇଟ(Zero Night Celebration prohibited in Odisha) ଉପରେ ଲାଗିଛି କଟକଣା । ଏହାସହିତ ହୋଟେଲ, ରେସ୍ତୋରାଁ, କ୍ଲବ୍‌, ବାର୍‌, କନଭେନ୍‌ସନାଲ ହଲ୍‌ ଓ କଲ୍ୟାଣ ମଣ୍ଡପ ଆଦିରେ ଭିଡ଼କୁ ବାରଣ କରାଯାଇଛି । ଜାନୁଆରୀ ୧ ତାରିଖ ଦିନ କୌଣସି ଉତ୍ସବର ଆୟୋଜନ ହେବ ନାହିଁ ।

ଝାରସୁଗୁଡା ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଯେପରିକି କୋଇଲିଘୁଘାର, ରାମ୍ପାଲୁଗା, ବରଘାଟ, ଲାଲପଥର, ସିଂଘବାଗ, ଗୁଜପାହାଡ଼, ହାତିଆନଳା ଆଦି ଡିସେମ୍ବର ୨୫ ତାରିଖଠାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । କୌଣସି ସ୍ଥାନରେ ମଧ୍ୟ ବଣଭୋଜିକୁ ଅନୁମତି ମିଳିନାହିଁ । ସମସ୍ତ ସ୍ଥାନରେ କୋଭିଡ଼ ନିୟମକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.