ETV Bharat / city

Covid Guideline Odisha: ବଡଦିନ ପାଳନରେ ବ୍ରେକ, ହେବନି ଜିରୋ ନାଇଟ ସେଲିବ୍ରେସନ

author img

By

Published : Dec 24, 2021, 3:20 PM IST

Updated : Dec 24, 2021, 8:31 PM IST

ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଗାଇଡଲାଇନ ଜାରି(Covid Guide Line Imposed In Odisha) । ଆସନ୍ତାକାଲି(ଶନିବାର) ଅର୍ଥାତ ଖ୍ରୀଷ୍ଟମାସ ଏବଂ ଡିସେମ୍ବର ୩୧ ରୁ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗିଲା କଟକଣା । ଅଧିକ ପଢନ୍ତୁ

Covid Guideline Odisha: ବଡଦିନ ପାଳନରେ ବ୍ରେକ, ହେବନି ଜିରୋ ନାଇଟ ସେଲିବ୍ରେସନ
Covid Guideline Odisha: ବଡଦିନ ପାଳନରେ ବ୍ରେକ, ହେବନି ଜିରୋ ନାଇଟ ସେଲିବ୍ରେସନ

ଭୁବନେଶ୍ବର: ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଲାଗୁହେଲା କଟକଣା(Covid Guide Line Imposed In Odisha) । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି । କଟକଣା କଡାକଡି କରିବାକୁ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନଙ୍କୁ ଚିଠି । ଆସନ୍ତାକାଲି(ଶନିବାର) ଅର୍ଥାତ ଖ୍ରୀଷ୍ଟମାସ ଏବଂ ଡିସେମ୍ବର ୩୧ ରୁ ଜାନୁଆରୀ 2 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗିଲା କଟକଣା । ଧର୍ମାନୁଷ୍ଠାନ ସମେତ ହୋଟେଲ, କ୍ଲବ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ବାରଣ ।

ବିଶ୍ବ ତଥା ଦେଶରେ ହୁ ହୁ ହୋଇ ମାଡିଚାଲିଛି କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ(Covid-19 New Variant Omicron) । ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୪ ରେ ପହଞ୍ଚିଲାଣି । ଏପିରକ୍ଷେତ୍ରରେ ସଂକ୍ରମଣ ରୋକିବା ପାଇଁ କଠୋର ହୋଇଛନ୍ତି ରାଜ୍ୟ ସରକାର । ଆଉ ଗୋଟିଏ ଦିନ ପରେ ବଡଦିନ ଏବଂ ପରେ ନୂଆବର୍ଷ ଆସୁଥିବାରୁ ଗହଳିକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି । ହୋଟେଲ, କ୍ଲବ ଆଦିରେ ନୂଆବର୍ଷ ସ୍ୱାଗତ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ ଲାଗିଛି ରୋକ ।

କେବଳ ବାହାଘର ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତି ସରକାର । ରିସେପସନ୍ ଫନକ୍ସନ ମଧ୍ୟ ହୋଇପାରିବ ନାହିଁ । କୋଭିଡ-୧୯ ଗାଇଡଲାଇନ ଅନୁସାରେ ଶୁଦ୍ଧିକ୍ରିୟାକୁ ଅନୁମତି ମିଳିଛି । କୋଭିଡ କଟକଣା ମଧ୍ୟରେ ବଡ଼ଦିନ ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଚର୍ଚ୍ଚରେ ଅତି ବେଶୀରେ ୫୦ ଜଣ ଏକାଠି ହୋଇପାରିବେ । ଏଥିସହ ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେସନ(Zero Night Celebration Ban), କଲ୍ୟାଣ ମଣ୍ଡପ, ହୋଟେଲ, କ୍ଲବ, ରେସ୍ତୋରାଁ, ପାର୍କ ଆଦି ବ୍ୟାନ କରାଯାଇଛି ।

ବଣଭୋଜି, ଶୋଭାଯାତ୍ରା ଉପରେ ମଧ୍ୟ ଲଗାଯାଇଛି କଟକଣା । କଟକଣା ମଧ୍ୟରେ ଶେଷକୃତ୍ୟ ପାଇଁ ଅନୁମତି ଦିଆଯିବ। ସର୍ବାଧିକ 50 ଜଣଙ୍କୁ ନେଇ ଅନ୍ତେଷ୍ଟିକ୍ରିୟା କରାଯିବ। ବଡ ଦିନ ଓ ନୂଆ ବର୍ଷ ପାଇଁ କଟକଣା ଜାରି କଲେ ସରକାର । ଜିରୋ ନାଇଟ ସେଲିବ୍ରେସନ ବନ୍ଦ। ନୂଆବର୍ଷରେ କୌଣସି ବଣଭୋଜି ହୋଇପାରିବ ନାହିଁ। ଶୋଭାଯାତ୍ରା, ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 24, 2021, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.