ETV Bharat / state

ବିଜେପିରେ ମିଶିଲେ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଇ ଓ ପୁତ୍ରବଧୂ

author img

By

Published : Jan 14, 2022, 9:51 PM IST

ବିଜେପିରେ ମିଶିଲେ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଇ ଓ ପୁତ୍ରବଧୂ
ବିଜେପିରେ ମିଶିଲେ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଇ ଓ ପୁତ୍ରବଧୂ

ବିଜେପିରେ ଯୋଗଦେଲେ ପୂର୍ବତନ ମୂଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ ବିହାରୀ ଚରଣ ବିଶ୍ୱାଳ ଏବଂ ତାଙ୍କ ପୁତ୍ରବଧୂ ଜ୍ୟୋସ୍ନା ବିଶ୍ୱାଳ । ଅଧିକ ପଢନ୍ତୁ

ଝାରସୁଗୁଡା: ଜିଲ୍ଲାରେ ସରଗରମ ହେଲାଣି ନିର୍ବାଚନର ମାହୋଲ । ଗତକାଲି(ଗୁରୁବାର) ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଥିବାବେଳେ ଆଜି(ଶୁକ୍ରବାର) ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପିରେ ଆଜି ଯୋଗ ଦେଇଛନ୍ତି ପୂର୍ବତନ ମୂଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ ବିହାରୀ ଚରଣ ବିଶ୍ୱାଳ ଏବଂ ତାଙ୍କ ପୁତ୍ରବଧୂ ଜ୍ୟୋସ୍ନା ବିଶ୍ୱାଳ ।

ବିଜେପିରେ ମିଶିଲେ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭାଇ ଓ ପୁତ୍ରବଧୂ

ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠି, ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ଜିଲ୍ଲା ପ୍ରଭାରୀ ଶଙ୍କର ଓରାମଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିହାରୀ ଚରଣ ବିଶ୍ୱାଳ ଏବଂ ତାଙ୍କ ପୁତ୍ରବଧୂ ବିଜେପିରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ବିଜେପି ସରକାରର ବିକାଶମୂଳକ କାର୍ଯ୍ୟ ଓ ସଫଳ ଯୋଜନା ପାଇଁ ଦଳ ଲୋକଙ୍କ ପାଖରେ ଆଦୃତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଦଳକୁ ସୁଦୃଢ କରିପାରିଛି । ଆଗାମୀ ନିର୍ବଚନରେ ଦଳ ଜିଲ୍ଲାରେ ଭଲ ପ୍ରଦର୍ଶନ କରିବା ସହ ଗତ ନିର୍ବାଚନ ଅପେକ୍ଷା ଅଧିକ ଆସନ ହାତେଇବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।



ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.