ETV Bharat / state

ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ

author img

By ETV Bharat Odisha Team

Published : Aug 24, 2023, 8:02 AM IST

ଝାରୁସୁଗୁଡ଼ା ଜିଲ୍ଲା ଲଖନପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ହୁତେଶ୍ଵରୀ ତିହିରିଆଙ୍କ ନାଁରେ ଜାତିଗତ ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ । ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

fake caste certificate allegation against lakhanpur panchayat samiti chairman
ଲଖନପୁର ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ

ଲଖନପୁର ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ

ଝାରସୁଗୁଡ଼ା: ଲଖନପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ହୁତେଶ୍ଵରୀ ତିହିରିଆ ଏବେ ବିବାଦରେ । ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ସମିତି ଅଧ୍ୟକ୍ଷା ପଦ ଦଖଲ କରିଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ଝାରସୁଗୁଡ଼ା ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ କରିଦେଇଥିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ମିଥ୍ୟା ପ୍ରମାଣପତ୍ର ଦେଇ ହାତେଇଥିଲେ ଚାକିରି, ଧରାପଡିବା ପରେ ଶିକ୍ଷୟିତ୍ରୀ ଫେରାର

ଏହା ମଧ୍ୟ ପଢ଼ନ୍ତୁ: SC ଓ ST ମାମଲାରେ ସକ୍ରିୟ ଭାବରେ ତଦନ୍ତ କରିବାକୁ ସମସ୍ତ ରାଜ୍ୟ ପୋଲିସକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ସୂଚନା ଅନୁସାରେ, ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ଥିଲା । ହୁତେଶ୍ଵରୀ ତିହିରିଆ କତରବଗା ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହେବା ପରେ ସେ ଏହି ପଦବୀ ହାତେଇଥିଲେ । ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରିଥିବା ନେଇ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ସେ ମଝିଆ ସମ୍ପ୍ରଦାୟ ହୋଇଥିବା ସତ୍ତ୍ଵେ କିଭଳି ଅନୁସୂଚିତ ଜାତି ପ୍ରମାଣପତ୍ର ହାତେଇଲେ, ତାହାକୁ ନେଇ ଉଠିଛି ପ୍ରଶ୍ନ । ମାଝିଆ ସମ୍ପ୍ରଦାୟ ଅନୁସୂଚିତ ଜାତି ବର୍ଗର ହୋଇ ନ ଥିବା ବେଳେ ସେ ନିଜକୁ ଧୀବର ସମ୍ପ୍ରଦାୟ ଦର୍ଶାଇ ଜାତି ପ୍ରମାଣପତ୍ର ହାତେଇଥିବା କିଛି ଲୋକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁର ଟାଉନ ଥାନା ଅଧିକାରୀଙ୍କ ନାଁରେ ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗ

ଅନ୍ୟପକ୍ଷରେ ଝାରସୁଗୁଡ଼ା ବିଧାୟିକା ଦୀପାଲି ଦାସ ମଝିଆ ଧୀବର ସମ୍ପ୍ରଦାୟକୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ SC ଏବଂ ST ବିକାଶ ବିଭାଗରେ ଅନୁରୋଧ କରିଛନ୍ତି । ଯାହାକୁ ଗଣ୍ଡା ସମାଜ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏନେଇ କିଛି ଲୋକେ ହୁତେଶ୍ଵରୀ ତିହିରିଆଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏଥିସହ ତାଙ୍କୁ ପଦରୁ ବହିସ୍କାର କରି ଯୋଗ୍ୟ ପ୍ରାର୍ଥୀଙ୍କୁ ପଦ ଦିଆଯିବାକୁ ଦାବି କରିଛନ୍ତି । ଏହି ଅଭିଯୋଗ ଅଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ କହିଛନ୍ତି, "ଲଖନପୁର ତହସିଲ ଜରିଆରେ ତଦନ୍ତ କରାଯିବ ଏବଂ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ । ଯଦି ସେଥିରେ କିଛି ତୃଟି ବା ବ୍ୟତିକ୍ରମ ଦେଖାଦିଏ ତେବେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.