ETV Bharat / state

ମିଥ୍ୟା ପ୍ରମାଣପତ୍ର ଦେଇ ହାତେଇଥିଲେ ଚାକିରି, ଧରାପଡିବା ପରେ ଶିକ୍ଷୟିତ୍ରୀ ଫେରାର

author img

By

Published : Mar 3, 2023, 12:22 PM IST

school teacher suspended over fake certificates
school teacher suspended over fake certificates

ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ଚାକିରି ହାତେଇ ହରଡଗଣାରେ ଶିକ୍ଷୟିତ୍ରୀ । ଧରାପଡିବା ପରେ ଚାକିରିରୁ ବହିଷ୍କାର ହେଲେ ସମ୍ପୃକ୍ତ ଶିକ୍ଷୟିତ୍ରୀ । ଥାନାରେ ଏତଲା ଦେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଅଧିକ ପଢନ୍ତୁ


ଫୁଲବାଣୀ: ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ଚାକିରି ହାତେଇବା ଶିକ୍ଷୟିତ୍ରୀଙ୍କୁ ପଡିଲା ମହଙ୍ଗା । ଧରାପଡିବା ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ବର୍ତ୍ତମାନ ଫେରାର ଥିବା ଜଣାପଡିଛି । ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ତାଙ୍କ ନାମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି । ଅନ୍ୟପଟେ ବିଇଓଙ୍କ ଏତଲା ଆଧାରରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ନାରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।


ସୂଚନା ଅନୁସାରେ, ଶିକ୍ଷା ବିଭାଗର ନିଯୁକ୍ତି ଚିଠି ନମ୍ବର ୧୨୬୯ ଅନୁସାରେ ୦୨/୦୪/୨୦୧୮ ଫିରିଙ୍ଗିଆ ବ୍ଲକ ନୂଆପଦର ରବୀଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ସୁଦ୍ଧାଶ୍ରୀ ହୋତା ନାମକ ଜଣେ ଶିକ୍ଷୟତ୍ରୀ ନିଯୁକ୍ତି ପାଇ ଥିବାବେଳେ ୨୦୧୮ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଚାକିରି କରି ଆସୁଥିଲେ । କିଛି ଦିନ ତଳେ ଶିକ୍ଷା ବିଭାଗ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ଓ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ୍ କରାଯାଇଥିଲା । ଯାଞ୍ଚ ସମୟରେ ଶିକ୍ଷୟିତ୍ରୀ ଜଣକ ଚାକିରି ପାଇଁ ଦେଇଥିବା ବିଇଡି ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଥିଲା । ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷୟତ୍ରୀଙ୍କ ନାମରେ ଫିରିଙ୍ଗିଆ ଥାନାରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଲିଖିତ ଅଭିଯୋଗ କରିଥିବା ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜଣାପଡିଛି ।


ତେବେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡିଛି । ଅନ୍ୟପଟେ ବିଇଓଙ୍କ ଏତଲା ଆଧାରରେ ଫିରିଙ୍ଗିଆ ଥାନାରେ ୨୭/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଥିବା ବେଳେ ଖୁବଶୀଘ୍ର ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଧରାଯିବ ବୋଲି କହିଛନ୍ତି । ସେହିପରି ଏହି ଘଟଣା ପରେ ଫିରିଙ୍ଗିଆ ବ୍ଲକ ତଥା କନ୍ଧମାଳ ଜିଲ୍ଲାରେ ଅନେକ ବ୍ୟକ୍ତି ଏମିତି ଜାଲ ପ୍ରମାଣ ପତ୍ର ଦାଖଲ କରି ବିଭିନ୍ନ ବିଭାଗରେ ଚାକିରି କରୁଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଏଭଳି ଜାଲ ପ୍ରମାଣ ପତ୍ର ଦେଇ ଚାକିରି ହାତେଇଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.