ETV Bharat / state

ମା' ବିରଜାଙ୍କ ପୀଠରେ ସାବିତ୍ରୀ ପାଳିଲେ ସଧବା, ମାଗିଲେ ପତି ପରମେଶ୍ବରଙ୍କ ଦୀର୍ଘାୟୁ

author img

By

Published : May 19, 2023, 7:37 PM IST

ମାଁ ବିରଜାଙ୍କ ମନ୍ଦିରରେ ସାବିତ୍ରୀ ପାଳିଛନ୍ତି ପତିବ୍ରତା
ମାଁ ବିରଜାଙ୍କ ମନ୍ଦିରରେ ସାବିତ୍ରୀ ପାଳିଛନ୍ତି ପତିବ୍ରତା

ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଚଳଚଞ୍ଚଳ ପୁରପଲ୍ଲୀ, ନଗର ସହର। ମାଁ ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଭିଡ। ଅଧିକ ପଢ଼ନ୍ତୁ

ମା' ବିରଜାଙ୍କ ପୀଠରେ ସାବିତ୍ରୀ ପାଳିଲେ ସଧବା

ଯାଜପୁର: ଆଜି ପବିତ୍ର ସାବିତ୍ରୀ ବ୍ରତ। ସଧବା ନାରୀଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମା' ବିରଜା ସାବିତ୍ରୀ ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବାଭିଡ ଜମିଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଆଜିର ଦିନରେ ମା'ଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି।

ସାବିତ୍ରୀ ପାଳିଛନ୍ତି ପତିବ୍ରତା: ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଚଳଚଞ୍ଚଳ ପୂରପଲ୍ଲୀ, ନଗର ସହର । ଏହି ଅବସରରେ ମାଁ ବିରଜାଙ୍କ ପୀଠରେ ବ୍ରତଧାରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ମା' ବିରଜାଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବା ପରେ ସଧବା ନାରୀମାନେ ବ୍ରତ ପାଳନ କରିଥିଲେ । ସ୍ବାମୀକୁ ସମସ୍ତ ବିପଦରୁ ରକ୍ଷା କରିବା ପାଇଁ ନାରୀମାନେ ଏହି ପୂଜା ଆର୍ଚ୍ଚନା କରିଥାଆନ୍ତି । ସେଥିପାଇଁ ସକାଳୁ ମହିଳାମାନେ ନୂତନ ଶାଢ଼ି ପିନ୍ଧି, ହାତରେ ଭୋଗ ଦୀପ ନୈବେଦ୍ୟ ନେଇ ମା'ଙ୍କ ପାଖରେ ପୂଜା କରିଥିଲେ ।

ମାଁ ବିରଜାଙ୍କ ସାବିତ୍ରୀ ବେଶ: ବର୍ଷକୁ ଦୁଇଥର ମା' ବିରଜା ଭକ୍ତଙ୍କୁ ସାବିତ୍ରୀ ବେଶରେ ଦର୍ଶନ ଦେଇଥାଆନ୍ତି। ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥାଏ । ତେଣୁ ଏହି ଦିନରେ ନାରୀମାନେ ବିଭିନ୍ନ ପ୍ରକାରର ଫଳମୂଳ ଭୋଗ କରି ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥାଆନ୍ତି । ଏଥିପାଇଁ ମା ବିରଜାଙ୍କ ପୀଠରେ ଆଜିର ଦିନରେ ଲମ୍ବା ଲାଇନ ପରିଲଖିତ ହୋଇଥାଏ । ପ୍ରବଳ ଖରା ଯୋଗୁଁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଛାଇର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜଳ ଛତ୍ରର ବ୍ୟବସ୍ଥା ରହିଛି । ପୌରାଣିକ ମାନ୍ୟତା ଅନୁଯାୟୀ, ଆଜିର ଦିନରେ ମାଁଙ୍କ ପୀଠରେ ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଇଁ ପୂଜାର୍ଚ୍ଚନା କଲେ ସ୍ବାମୀର ଆୟୁଷ ବୃଦ୍ଧି ସହ ପରିବାରର ମଙ୍ଗଳ ହୁଏ ।

ସାବିତ୍ରୀ ବ୍ରତର ମହିମା: ସାବିତ୍ରୀ ନିଜର ନିଷ୍ଠା ଓ ସତିତ୍ୱ ବଳରେ ଯମପୁରରୁ ସ୍ବାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ । ସେ ନିଜ ସ୍ବାମୀଙ୍କ ଜୀବନ ପାଇଁ ଯମରାଜଙ୍କୁ ମଧ୍ୟ ବିବଶ କରି ଦେଇଥିଲେ । ନିଜର ତପବଳରେ ସେ ମୃତ୍ୟୁ କୋଳରେ ଚିରନିଦ୍ରାରେ ଶୋଇ ପଡିଥିବା ସ୍ବାମୀକୁ ଚିର ନିଦ୍ରାରୁ ଉଠେଇ ନୂତନ ଜୀବନ ଦେଇଥିଲେ । ସେହିପରି ସଧବା ନାରୀମାନେ ଏହି ଓଷା କଲେ ତାଙ୍କ ସ୍ବାମୀଙ୍କ ଆୟୁଷ ବଢିବା ସହ ପରିବାରେ ଶାନ୍ତି ବଜାର ରହିଥାଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.