ETV Bharat / state

ମାଛ ଧରୁଥିବା ବେଳେ ନଦୀରେ ପଡି ଧୀବରଙ୍କ ମୃତ୍ୟୁ

author img

By

Published : Sep 10, 2022, 9:35 PM IST

ମାଛ ଧରୁଥିବା ବେଳେ ନଦୀରେ ପଡି ଧିବରଙ୍କ ମୃତ୍ୟୁ
ମାଛ ଧରୁଥିବା ବେଳେ ନଦୀରେ ପଡି ଧିବରଙ୍କ ମୃତ୍ୟୁ

ମାଛ ଧରୁଥିବା ବେଳେ ନଦୀରେ ପଡି ଧୀବରଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ । ଅଧିକ ପଢନ୍ତୁ

ଯାଜପୁର: ମାଛ ଧରିବାକୁ ଯାଇଥିଲେ ହେଲେ ସେଠି ମାଛ ବଦଳରେ ଜଗି ବସିଥିଲା ଯମ । ମାଛ ଧରୁଥିବା ବେଳେ ନଦୀରେ ପଡି ଧୀବରଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ । ମୃତ ଧିବର ହେଉଛନ୍ତି ବାଲି ଗାଁର ଦୁର୍ଯ୍ୟୋଧନ ଦାସ ।

ଆଜି ସକାଳୁ ବୈତରଣୀ ନଦୀକୁ ମାଛ ଧରିବାକୁ ଯାଇଥିଲେ ଦୁର୍ଯ୍ୟୋଧନ ଦାସ । ଚାନ୍ଦବାଲି ଅଞ୍ଚଳ ଦେଇ ପ୍ରବାହିତ ବୈତରଣୀ ନଦୀରେ ଦୁଇ ଜଣ ଜଣ ଧିବରଙ୍କ ସହ ଦୁର୍ଯ୍ୟୋଧନ ନଦୀରେ ଏକ ଦେଶୀ ଡ଼ଙ୍ଗା ସାହାଯ୍ୟରେ ମାଛ ଧରୁଥିଲେ । ହେଲେ ମାଛ ଧରିବା ସମୟରେ ହଠାତ ନଦୀ ମଝିରେ ତାଙ୍କର ମୁଣ୍ଡ ବୁଲାଇ ଦେଇଥିଲା । ଦୁର୍ଯ୍ୟୋଧନ ଦାସ ଭାରସାମ୍ୟ ହରାଇ ଡ଼ଙ୍ଗାରୁ ନଦୀରେ ପଡ଼ି ଯାଇଥିଲେ । ପରେ ଅନ୍ୟ ଧୀବରମାନେ ତାଙ୍କୁ ନଦୀରୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ନିମେନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ନିକଟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧୀନ ଅଢୁଆଁ ଗ୍ରାମର ଜଣେ ବ୍ୟକ୍ତି ସମୁଦ୍ରକୁ ମାଛ ଧରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିଲେ । ଅନ୍ୟ ଧିବରମାନେ ତାଙ୍କୁ ବୋଟରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ । ହାପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ସେମାନେ ମାଛ ଧରା ବାତିଲ କରି ବୋଟ୍‌କୁ ଚୁଡାମଣି ଜେଟିକୁ ଫେରାଇ ଆଣିଥିଲେ ମଧ୍ୟ ସୋମବାରୀଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଚୁଡାମଣି ସାମୁଦ୍ରିକ ଥାନାଧିକାରୀ ମହମ୍ମଦ ହାଫିଜ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମୃତକ ଧିବର ହେଲେ ଅଢୁଆଁ ଗ୍ରାମର ସୋମବାରୀ ମଳିକ ।

ସେହିପରି ଭାବରେ ଧାମରା ନିକଟ କରଞ୍ଜମାଳ ପଞ୍ଚାୟତର ୨ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଉଚ୍ଚ ଜୁଆର ମାଡରେ ଭାସିଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ସମୁଦ୍ର ଅଶାନ୍ତ ଥିବା ସମୟରେ ଏହି ୨ ଜଣ ଜାଲ ଉଠାଇବାକୁ ଯାଇଥିବା ବେଳେ ଅଚାନକ ସମୁଦ୍ରରେ ଉଚ୍ଚ ଜୁଆରରେ ଲକ୍ଷ୍ମୀଧର ଦାସ ଭାସି ଯାଇଥିଲେ । ଲକ୍ଷ୍ମୀଧର ଭାସି ଯାଉଥିବା ଦେଖି ପ୍ରଶାନ୍ତ ସଙ୍ଗେସଙ୍ଗେ ଏକ ଦଉଡି ଫିଙ୍ଗି ଦେଇ ସେହି ଦଉଡିକୁ ଧରିବାକୁ କହିଥିଲେ । ମାତ୍ର ସମୁଦ୍ରର ଅଶାନ୍ତ ଢେଉରେ ଲକ୍ଷ୍ମୀଧର ଭାସି ଯାଇଥିଲେ । ଧାମରା ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ବି ଅଶାନ୍ତ ସମୁଦ୍ର ଯୋଗୁ ପାଣିକୁ ଯାଇନଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.