ETV Bharat / state

ଦ୍ବିତୀୟ ଦିନରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା

author img

By

Published : Oct 18, 2020, 8:22 PM IST

Maa Birja
ମା' ବିରଜାଙ୍କ ରଥଯାତ୍ରା

ଆଜି(ରବିବାର) ଦ୍ବିତୀୟ ଦିନରେ ପହଞ୍ଚିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା । ପରମ୍ପରା ମୁତାବକ, ରଥ ପ୍ରତିଷ୍ଠା ପରେ ମା' ବିରଜାଙ୍କ ରଥ ମନ୍ଦିର ଚାରିପଟେ ପରିକ୍ରମା କରିଥିଲା। ଅଧିକ ପଢନ୍ତୁ:

ଯାଜପୁର: ଅକ୍ଟୋବର 17 ତାରିଖରୁ ଆରମ୍ଭ ହୋଇଥିବା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା ଆଜି(ରବିବାର) ଦ୍ବିତୀୟ ଦିନରେ ପହଞ୍ଚିଛି । 2ୟ ଦିନରେ ଗଡ଼ିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥ। ପରମ୍ପରା ମୁତାବକ, ରଥ ପ୍ରତିଷ୍ଠା ପରେ ମା' ବିରଜାଙ୍କ ରଥ ମନ୍ଦିର ଚାରିପଟେ ପରିକ୍ରମା କରିଥିଲା।

ରଥଯାତ୍ରା ସମୟରେ ଘଣ୍ଟାଘଣ୍ଟା, କାହାଳି ଓ ହରିବୋଲ ଧ୍ବନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। କୋରୋନା କଟକଣା ଭିତରେ କେବଳ କୋଭିଡ ନେଗେଟିଭ ସେବାୟତମାନଙ୍କ ଦ୍ବାରା ଏହି ରଥଟଣା ଯାଇଥିଲା। ରଥଟଣା ସମୟରେ ବିରଜା ମନ୍ଦିର ଚତୁଃପାର୍ଶ୍ବରେ 144 ଧାରା ଜାରି କରାଯାଇଛି। କୌଣସି ସାଧାରଣ ଭକ୍ତଙ୍କୁ ରଥ ପାଖକୁ ଯିବା କିମ୍ଵା ରଥ ଟାଣିବାକୁ ବାରଣ କରାଯାଇଛି।

ଆଗାମୀ 24 ତାରିଖ ପର୍ଯ୍ୟନ୍ତ ମା'ଙ୍କ ରଥ ପ୍ରତିଦିନ ମନ୍ଦିର ଚାରିପଟେ ବେଢା ପରିକ୍ରମା କରିବ। ରବିବାର ରଥଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।

ମା' ବିରଜାଙ୍କ ରଥଯାତ୍ରା

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.