ETV Bharat / state

ମା' ବିରଜାଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା, କୋରୋନା ପାଇଁ ଭକ୍ତଶୂନ୍ୟ

author img

By

Published : Oct 24, 2020, 7:43 PM IST

ମା' ବିରଜାଙ୍କ ପୀଠରେ କୋରୋନା କଟକଣା ସହ ଚାଲିଛି ପୂଜା
ମା' ବିରଜାଙ୍କ ପୀଠରେ କୋରୋନା କଟକଣା ସହ ଚାଲିଛି ପୂଜା

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠ । ଚଳିତବର୍ଷ କୋରୋନା ଜନିତ କଟକଣା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ବାରଣ ରହିଥିବାରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ମନ୍ଦିର ବାହାରେ ଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା । ଆଶ୍ବିନ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ କରାଯାଇଛି ମା'ଙ୍କ ବିଶେଷ ପୂଜାର୍ଚ୍ଚାନା । ଏହି ଦିନ ସକାଳୁ ବୈତରଣୀ ନଦୀରୁ ପବିତ୍ର ଜଳ ଆସିବା ପରେ ମା'ଙ୍କ ମହାସ୍ନାନ କରାଯାଇଥିଲା । ଏହାପରେ ମା'ଙ୍କ ହୋଇଥିଲା ଷୋଡଷ ଉପଚାର ଓ ପରେ ବିଳମ୍ବିତ ରାତ୍ରିରେ ସନ୍ଧି ପୂଜା ବିଧି ।

ମା' ବିରଜାଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା, କୋରୋନା ପାଇଁ ଭକ୍ତଶୂନ୍ୟ

ଶାରଦୀୟ ଦୁର୍ଗାଉତ୍ସବ ପାଳନ ଅବସରରେ ପ୍ରତିଦିନ ସନ୍ଧ୍ୟାରେ ମା'ଙ୍କ ପୀଠରେ ନବଦିନାତ୍ମକ ରଥଯାତ୍ରାର ପରମ୍ପରା ରହିଛି । କିନ୍ତୁ କୋରୋନା କଟକଣା ଯୋଗୁଁ ଭକ୍ତଙ୍କ ବିନା ସେବାୟତମାନେ ରଥଟଣା ସମ୍ପନ୍ନ କରୁଛନ୍ତି । ଏପଟେ ମା'ଙ୍କ ରଥଟାଣି ନ ପାରି ଭକ୍ତ ମନ ବେଶ ବ୍ୟାକୁଳ ହୋଇ ଉଠୁଛି ।

ଭଜନ, କୀର୍ତ୍ତନ ଓ ଘଣ୍ଟ ନାଦରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ । ଏହି ଅବସରରେ ମା'ଙ୍କ ମନ୍ଦିରକୁ ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଚଳିତ ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ ନିୟମ ମାନି ପ୍ରତିଦିନ ସନ୍ଧ୍ୟାରେ ମା'ଙ୍କ ରଥ ମନ୍ଦିର ପରିକ୍ରମା କରୁଛି । ମନ୍ଦିର ପରିସରରେ ଚାଲିଥିବା ଯଜ୍ଞ ଶେଷ ହୋଇଛି । ପୂଜାକୁ ନିର୍ବିଘ୍ନ ସହକାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅପରାହ୍ନ ସାଢେ 4 ଟାରୁ ରାତି 7ଟା ପର୍ଯ୍ୟନ୍ତ ୧୪୪ ଧାରା ନିୟମ କାର୍ଯ୍ୟକାରୀ କରାଯାଉଛି ।

ତେବେ ମା'ଙ୍କ ପୀଠରେ ଚାଲିଛି ନବମୀ ପୂଜା । ଏହି ସମୟରେ ଅନୁଷ୍ଠିତ ହେବ ଲାଖ ବିନ୍ଧା ପର୍ବ । ମହାନବମୀରେ ମା' ମହାମାରୀ ମନ୍ତ୍ରରେ ପୂଜା ପାଇବେ । ରବିବାର ମା'ଙ୍କ ପୀଠରେ ଅନୁଷ୍ଠିତ ହେବ ବିଜୟା ଦଶମୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.