ETV Bharat / state

ବଢୁଛି ବୈତରଣୀ ନଦୀର ଜଳସ୍ତର, ଚିନ୍ତାରେ ନଈକୂଳିଆ

author img

By

Published : Aug 15, 2022, 7:20 PM IST

ବଢୁଛି ବୈତରଣୀ ନଦୀର ଜଳସ୍ତର, ଚିନ୍ତାରେ ନଈକୂଳିଆ
ବଢୁଛି ବୈତରଣୀ ନଦୀର ଜଳସ୍ତର, ଚିନ୍ତାରେ ନଈକୂଳିଆ

ଯାଜପୁରରେ ଫୁଲୁଛି ବୈତରଣୀ । ଜିଲ୍ଲାର ଆଖୁଆପଦା, ବଲ୍ଲଭିଘାଟ,ଦଶରଥପୁର ପ୍ରଭୃତି ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ । ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଧସି ଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କଲାଣି । ଏଣୁ ଚିନ୍ତାରେ ନଈକୂଳ ବାସିନ୍ଦା । ଅଧିକ ପଢନ୍ତୁ

ଯାଜପୁର: ଯାଜପୁର ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦା, ବଲ୍ଲଭିଘାଟ,ଦଶରଥପୁର ରେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଯାଜପୁର ବ୍ଲକ ଏବଂ ଦଶରଥପୁର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଏଣୁ ଚିନ୍ତାରେ ନଈକୂଳ ବାସିନ୍ଦା ।

ଫୁଲୁଛି ବୈତରଣୀ, ଚିନ୍ତାରେ ନଈକୂଳିଆ

ବିଶେଷକରି ଦଶରଥପୁରରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେବା ଫଳରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ସ୍ଥାନରେ ନଦୀ ବନ୍ଧ ଧସି ଯାଇଛି । କଣ୍ଟାପଡା ଠାରେ ଗତ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଚଳିତ ବର୍ଷ ମରାମତି ହୋଇନଥିବାରୁ ସେହି ଘାଇ ବାଟେ ବନ୍ୟା ଜଳ ଯାଇ ଏକର ଏକର ଚାଷ ଜମି ଜଳ ମଗ୍ନ ହୋଇଛି । ଚାଷ ବାସ ଯାହା ହୋଇଥିଲା ସବୁ ଏବେ ବନ୍ୟାପାଣି ଘେରରେ । ଏଣୁ ଚିନ୍ତାରେ ଚାଷୀକୁଳ । ସେପଟେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ଜିଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଜିଲାପାଳ ଦଶରଥପୁର ବ୍ଲକ ର ବିଭିନ୍ନ ତଳିଆ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, "ବନ୍ୟାର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।" ଜିଲାପାଳଙ୍କ ଗସ୍ତ ସମୟରେ ଦଶରଥପୁର ବିଡ଼ିଓ ଶ୍ୱେତା ସ୍ନିଗ୍ଧା, ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲିକ, ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.