ETV Bharat / state

Vigilance Trap : ଲାଞ୍ଚ ନେଇ ବନ୍ଧାହେଲେ ଯାଜପୁର ଡିଇଓ ଓ କନିଷ୍ଠ କିରାଣୀ

author img

By

Published : Oct 10, 2022, 8:07 PM IST

Vigilance Trap : ଲାଞ୍ଚ ନେଇ ବନ୍ଧାହେଲେ ଯାଜପୁର ଡିଇଓ ଓ କନିଷ୍ଠ କିରାଣୀ
Vigilance Trap : ଲାଞ୍ଚ ନେଇ ବନ୍ଧାହେଲେ ଯାଜପୁର ଡିଇଓ ଓ କନିଷ୍ଠ କିରାଣୀ

ଲାଞ୍ଚ ନେଇ ବନ୍ଧାହେଲେ ଯାଜପୁର ଡିଇଓ । ଭିଜିଲାନ୍ସ ହାତରେ ଧରାପଡିଲେ ଯାଜପୁରର କର୍ମନିୟୋଜନ ଅଧିକାରୀ ଓ କନିଷ୍ଠ କିରାଣୀ । ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଲାଞ୍ଚ ଟଙ୍କା ଜବତ କରି ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ

ଯାଜପୁର : ଲାଞ୍ଚ ନେଇ ବନ୍ଧାହେଲେ ଯାଜପୁର ଡିଇଓ ଏବଂ କନିଷ୍ଠ କିରାଣୀ । ଭିଜିଲାନ୍ସ ହାତରେ ଧରାପଡିଲେ ଯାଜପୁରର କର୍ମନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ତାଙ୍କର କନିଷ୍ଠ କିରାଣୀ ଜିତେନ୍ଦ୍ର କୁମାର ସେଠୀ । ଉଭୟ ଅଫିସ୍‌ କାର୍ଯ୍ୟରେ ଭଡ଼ାସୂତ୍ରରେ ଲାଗିଥିବା ଗାଡ଼ିର ତେଲ ଖର୍ଚ୍ଚ ପାଇଁ ଲାଞ୍ଚ ମାଗୁଥିଲେ । ଦୁହିଁଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ।

Vigilance Trap : ଲାଞ୍ଚ ନେଇ ବନ୍ଧାହେଲେ ଯାଜପୁର ଡିଇଓ ଓ କନିଷ୍ଠ କିରାଣୀ

ଉଭୟ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି଼ ବସିଥିଲା ଭିଜିଲାନ୍ସ । ଏହାସହ ଡିଇଓଙ୍କ କିରାଣୀ ହାତରୁ ୧୨ ହଜାର ୬ ଶହ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ ଅଫିସ୍ କାର୍ଯ୍ୟ ପାଇଁ ଭଡ଼ା ଲାଗିଥିବା ଗାଡ଼ି ଓ ତେଲ ଖର୍ଚ୍ଚ ପାଇଁ ଗାଡ଼ି ଡ୍ରାଇଭରଙ୍କୁ ଲାଞ୍ଚ ମାଗୁଥିଲେ ଡିଇଓ ଓ କନିଷ୍ଠ କିରାଣୀ ।

ଏନେଇ ଗାଡ଼ି ମାଲିକ ବିବେକାନନ୍ଦ ମାହାପାତ୍ର ଯାଜପୁର ଭିଜିଲାନ୍ସ ପାଖରେ ପହଞ୍ଚି ଅଭିଯୋଗ କରିଥିଲେ । ଭିଜିଲାନ୍ସ ଟିମ୍ ବିବେକାନନ୍ଦଙ୍କ ଅଭିଯୋଗକୁ ଭିତ୍ତି କରି ଆରମ୍ଭ କରିଥିଲା ଯୋଜନା । ପୂର୍ବ ଯୋଜନା ଅନୁଯାୟୀ ଗାଡ଼ି ମାଲିକ ବିବେକାନନ୍ଦ ଆଜି(ସୋମବାର) ଯାଜପୁର ଡିଇଓଙ୍କୁ ୧୨ହଜାର ୬ଶହ ଲାଞ୍ଚ ଦେଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ଲାଞ୍ଚ ନେଇ ବନ୍ଧାହେଲେ ବଲାଙ୍ଗୀର ମୁରିବାହାଲ APO

କନିଷ୍ଠ କିରାଣୀ ଜିତେନ୍ଦ୍ର କୁମାର ଜରିଆରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ । ଏହାପରେ ଉଭୟ ଡିଇଓ ଏବଂ କନିଷ୍ଠ କିରାଣୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ କଟକ ଭିଜିଲାନ୍ସ ମୁଖ୍ୟାଳୟକୁ ନିଆଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.