ETV Bharat / state

ବିଚାରପତି ସୁବାସ ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲା ପରିବାର

author img

By

Published : Sep 3, 2022, 10:40 PM IST

ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର
ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୁବାସଙ୍କ ସ୍ତ୍ରୀ ଓ ଶଳାଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର । ଅଧିକ ପଢ଼ନ୍ତୁ

ଯାଜପୁର: ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ । ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୁବାସଙ୍କ ସ୍ତ୍ରୀ ଓ ଶଳାଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର । ଏନେଇ କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସୁବାସଙ୍କ ମା’ ତୁଳସୀ ବିହାରୀ ।

ବିଚାରପତି ସୁବାସ ବିହାରୀ ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗତକାଲି ଝୁଲନ୍ତା ଅବସ୍ଥାରେ ପୋକ୍ସୋ ବିଚାରପତି ସୁବାସ ବିହାରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଖବର ପ୍ରସାରିତ ହୋଇଥିଲା । ତେବେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିବା ସହିତ କଟକ ମର୍କତନଗର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଖୋଦ୍ ମୃତ ଜଜ୍ ସୁବାସ ବିହାରୀଙ୍କ ମା’ ତୁଳସୀ ବିହାରୀ ଏବଂ ଭାଇ ସୁବୋଧ ବିହାରୀ । ସୁବାସଙ୍କ ସ୍ତ୍ରୀ ଅପରାଜିତା ରାୟ ଓ ଶଳା ଷଡ଼ଯନ୍ତ୍ର କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହାବି କରିଛନ୍ତି ସୁବାସଙ୍କ ପରିବାର ।

ଅଭିଯୋଗ ଅନୁସାରେ ଗତକାଲି ସୁବାସଙ୍କ ମୃତ୍ୟୁ ଖବର ଶୁଣି ଯେତେବେଳେ ପରିବାର ଲୋକ ଓ ଗ୍ରାମବାସୀ ମୃତଦେହ ନିକଟରେ ପହଞ୍ଚିଥିଲେ, ସେତେବେଳେ ସୁବାସଙ୍କ ପତ୍ନୀ ଓ ଶ୍ବଶୁରଘର ଲୋକେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ମୃତଦେହ ଘରକୁ ଆଣିବାକୁ ଦେଇନଥିଲେ କିମ୍ବା ଅନ୍ତିମ ସଂସ୍କାର କରିବାର ସୁଯୋଗ ମଧ୍ୟ ଦେଇନଥିଲେ । ଏଭଳି ଅଭିଯୋଗ କରିଛନ୍ତି ସୁବାସଙ୍କ ପରିବାର ଓ ସମ୍ପର୍କୀୟ । ଏହାସହ ମୃତଦେହରେ କ୍ଷତଚିହ୍ନ ଥିବା ପରିବାର ଲୋକେ ଦର୍ଶାଇଛନ୍ତି । ସୁବାସଙ୍କ ପତ୍ନୀ ଅପରାଜିତାଙ୍କ ପାଇଁ ସେ ଗତ କିଛି ବର୍ଷ ହେବ ଘର ସହିତ ଭଲ ସମ୍ପର୍କ ରଖିନଥିଲେ । ତେଣୁ କୌଣସି ପାରିବାରିକ କଳହକୁ ନେଇ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏହା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ମା, ଭାଇ ଓ ପରିବାର ଲୋକ ।

ତେବେ ଏନେଇ ମୃତ ସୁବାସଙ୍କ ସମ୍ପର୍କୀୟ ଭାଇ ଅରୁଣ ପହି କହିଛନ୍ତି, "ସୁବାସଙ୍କ ମାଆଙ୍କର ୬ ମାସ ପୂର୍ବରୁ ଗୋଡ଼ ଭାଙ୍ଗିଥିଲା । ତାଙ୍କୁ ମେଡ଼ିକାଲ ନେବାପାଇଁ ସୁବାସଙ୍କ ସ୍ତ୍ରୀ ତାଙ୍କୁ ବାରଣ କରିଥିଲେ । କିନ୍ତୁ ସୁବାସ ସ୍ତ୍ରୀଙ୍କ କଥା ନରଖି ମାଆଙ୍କ ଚିକିତ୍ସାରେ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏହି କାରଣରୁ ତାଙ୍କୁ ହତ୍ୟା କରା ଯାଇଛି ।" ସେହିଭଳି ସୁବାସଙ୍କର ସାନଭାଇ ସୁବୋଧ ବିହାରୀ କହିଛନ୍ତି, "ଭାଇ ଓ ଭାଉଜଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ତାଙ୍କ ଶ୍ବଶୁର ଘର ଲୋକେ ଭାଇଙ୍କୁ ମାଆଙ୍କ ପାଖକୁ ଛାଡ଼ୁ ନଥିଲେ । ତେବେ ଏହା ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ ବୋଲି ଆମେ ସନ୍ଦେହ କରୁଛୁ । ଭାଇଙ୍କ ଦେହ ଓ ବେକରେ ଦାଗ ମଧ୍ୟ ରହିଥିବା ଆମେ ଲକ୍ଷ୍ୟ କରିଛୁ । କିନ୍ତୁ ଆମକୁ ମୃତଦେହ ଦିଆଗଲା ନାହିଁ । ଆମେ ବହୁ ଚେଷ୍ଟା କରିବା ସତ୍ତ୍ବେ ଆମକୁ ଧକ୍କା ମାରି ସେମାନେ ବିଦା କରିଦେଲେ ।" ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.