ETV Bharat / state

ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

author img

By ETV Bharat Odisha Team

Published : Jan 18, 2024, 1:18 PM IST

Updated : Jan 18, 2024, 2:05 PM IST

Elephant terror in jajpur
ଥମୁନି ହାତୀ ଉପଦ୍ରବ

Elderly man killed in elephant attack: ଯାଜପୁର ଜିଲ୍ଲା କୋରେଇ ବ୍ଲକ ତଣ୍ଡରା ଗାଁରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଯାଜପୁର: ଥମୁନି ହାତୀ ଉପଦ୍ରବ । ରାଜ୍ୟରେ ବଢିଚାଲିଛି ହାତୀ ଓ ମଣିଷ ଭିତରେ ଲଢେଇ । କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ହେଉଛି । ଏହାରି ଭିତରେ ଆଉ ଗୋଟିଏ ମୁଣ୍ଡ ନେଇଛି ଦନ୍ତା । ଯାଜପୁର ଜିଲ୍ଲା କୋରେଇ ବ୍ଲକ ତଣ୍ଡରା ଗାଁରେ ଆଜି (ଗୁରୁବାର) ସକାଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ତେବେ ମୃତ ବୃଦ୍ଧ ଜଣକ ଉକ୍ତ ଗ୍ରାମର ଉପେନ୍ଦ୍ର କର ବୋଲି ଜଣାପଡିଛି । ଉପେନ୍ଦ୍ର ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଢେଙ୍କାନାଳରେ ରକ୍ତମୁଖା ଦନ୍ତା, ହାତୀ ଆକ୍ରମଣରେ ଚାଷୀ ମୃତ

ସୂଚନା ମୁତାବକ, କୋରେଇ ବ୍ଲକ ତଣ୍ଡରା ଗାଁରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଆଜି ସକାଳୁ ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏନେଇ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସେପଟେ ଏଏସଏଫଓ ଅନୀଲ କୁମାର ରାୟ, ଯାଜପୁର ରୋଡ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସମେତ ଅନେକ ବନ କର୍ମଚାରୀ ପହଞ୍ଚି ହାତୀକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି l ଅନ୍ୟପଟେ ଏନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଅନୁଗୋଳରେ ହାତୀ ଆକ୍ରମଣରେ 2 ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଏହା ମଧ୍ୟ ପଢନ୍ତୁ - କଲ୍ୟାଣସିଂହପୁର ଅଞ୍ଚଳରେ ହାତୀ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ତେବେ ଯାଜପୁର ଜିଲ୍ଲାରେ ବାରମ୍ବାର ହାତୀ-ମଣିଷ ମୁହାଁମୁହିଁ ଘଟଣା ଦେଖିବାକୁ ମିଳୁଛି । ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ବନ ବିଭାଗ ତଥା ସ୍ଥାନୀୟ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ । ତେବେ ଗତ ଦୁଇ ମାସ ପୂର୍ବେ ବିରଜାପୁର ପଞ୍ଚାୟତରେ ବିଳମ୍ବିତ ରାତିରେ ଧାନ କ୍ଷେତ ଓ ଗାଁରେ ପଶି ଉପଦ୍ରବ ରଚିଥିଲେ ବଣୁଆ ହାତୀ । ପରେ ସେହି ହାତୀଟି ପାଳଦା ଗ୍ରାମ ଦେଇ ମନ୍ଦାରଖଣ୍ଡ ଅଞ୍ଚଳକୁ ପ୍ରବେଶ କରିଥିଲା । ହାତୀକୁ ନେଇ ଭୟଭୀତ ହୋଇଥିଲେ ଅଞ୍ଚଳବାସୀ ।

ଇଟିଭି ଭାରତ, ଯାଜପୁର

Last Updated :Jan 18, 2024, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.