ETV Bharat / state

ବ୍ରାହ୍ମଣୀ ନଦୀରେ ବୁଡି ଜଣଙ୍କ ମୃତ୍ୟୁ

author img

By

Published : Oct 27, 2020, 9:33 PM IST

ବ୍ରାହ୍ମଣୀ ନଦୀରେ ବୁଡି ଜଣଙ୍କର ମୃତ୍ୟୁ
ବ୍ରାହ୍ମଣୀ ନଦୀରେ ବୁଡି ଜଣଙ୍କର ମୃତ୍ୟୁ

ବ୍ରାହ୍ମଣୀ ନଦୀରେ ଜଣେ ବ୍ୟକ୍ତି ଗାଧୋଇଲା ବେଳେ ଗୋଡ ଖସି ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ । ଅଧିକ ପଢନ୍ତୁ...

ଯାଜପୁର: ନଦୀରେ ଗାଧୋଇବା ହେଲା କାଳ । ବ୍ରାହ୍ମଣୀ ନଦୀରେ ଜଣେ ବ୍ୟକ୍ତି ଗାଧୋଇଲା ବେଳେ ଗୋଡ ଖସି ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ କେଶବ ଚନ୍ଦ୍ର ଓଝା ଓ ତାଙ୍କ ସ୍ତ୍ରୀ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ କେଶବଙ୍କ ପଥରରେ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇ ସେ ନିଖୋଜ ହୋଇଯାଇଥିଲେ ।

ବ୍ରାହ୍ମଣୀ ନଦୀରେ ବୁଡି ଜଣଙ୍କର ମୃତ୍ୟୁ

ଖବର ପାଇ ଗ୍ରାମବାସୀ ଓ ବରି ଅଗ୍ନିଶମ ବିଭାଗ ପକ୍ଷରୁ ବହୁ ଖୋଜାଖୋଜି ପରେ କେଶବଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ରାମଚନ୍ଦ୍ରପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ମିର୍ଜାପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.