ETV Bharat / state

ଆହତ ହରିଣକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

author img

By

Published : Mar 6, 2021, 5:36 PM IST

villagers rescued the deer and handed it over to the forest department in jagasinhpur
ହରିଣକୁ ଉଦ୍ଧାର କରି ବନବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ

ଜନବସତି ମୁହାଁ ଜଙ୍ଗଲ ଜନ୍ତୁ । ହରିଣକୁ ଉଦ୍ଧାର କରି ବନବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଜଗତସିଂହପୁର: ଦିନକୁ ଦିନ ଜନ ବସତି ମୁଁହା ହେଉଛନ୍ତି ବନ୍ୟଜନ୍ତୁ। ଜଙ୍ଗଲ କ୍ଷେୟ ଓ ଜଙ୍ଗଲ ମଧ୍ୟରେ ଜଳାଭାବ ଯୋଗୁ ଜନବସତି ଆଡକୁ ଚାଲି ଆସୁଛନ୍ତି ଜଙ୍ଗଲୀ ଜୀବ। ଯାହାଦ୍ବାରା କି ହରିଣ ଗୁଡିକ ବୁଲା କୁକୁର ହାବୁଡ଼ରେ ପଡି ଜୀବନ ମଧ୍ୟ ହରାଉଛନ୍ତି। ନିକଟରେ ପାଣି ଅନେଷ୍ବଣରେ ପାଞ୍ଚଟି ହରିଣ ଟ୍ରେନରେ କଟି ମୃତ୍ୟୁ ବରଣ କରିଥିଲେ। ସେହିପରି ଆଜି(ଶନିବାର) କଟକ ବନଖଣ୍ଡ ଅଧିନ ଜଗତସିଂହପୁର ରେଞ୍ଜର ରାଢଙ୍ଗ ପଞ୍ଚାୟତ କଳିଙ୍ଗା ଗାଁକୁ ଏକ ହରିଣ ପାଣି ଅନେଷ୍ବଣରେ ଚାଲିଆସିଥିଲା । ହେଲେ ବୁଲା କୁକୁର ହାବୁଡ଼ରେ ପଡିଥିଲା।

ହରିଣକୁ ଉଦ୍ଧାର କରି ବନବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ

ଫଳରେ କୁକୁର ହରିଣଟିକୁ ଆକ୍ରମଣ କରିଥିଲା। ହରିଣଟିକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଜଗତସିଂହପୁର ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ମାନେ ସେଠରେ ପହଞ୍ଚି ହରିଣକୁ ନେଇ ଚିକିତ୍ସା କରାଇଥିବା ସୂଚନା ମିଳିଛି। ହରିଣଟି ସୁସ୍ଥ ହେବାପରେ ତାକୁ ଧରତଙ୍ଗ ଗଡ଼ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ଅଧିକାରୀ ବଳରାମ ସାହୁ କହିଛନ୍ତି।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.