ETV Bharat / state

Sagar Kavach 2023: ପାରାଦ୍ବୀପରେ ଆରମ୍ଭ ୨ଦିନିଆ ମିଳିତ ସମରାଭ୍ୟାସ

author img

By

Published : Apr 11, 2023, 10:02 PM IST

Etv Bharat
Etv Bharat

ପାରାଦ୍ବୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩ । ଏହି ମିଳିତ ସମାରାଭ୍ୟାସରେ ୧୮ରୁ ଊର୍ଦ୍ଧ୍ବ ବିଭାଗ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Sagar Kavach 2023

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦରରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨୦୨୩ । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଦେଶକୁ ସୁରକ୍ଷା ଦେବାକୁ ପ୍ରତ୍ୟେକ ବର୍ଷ ଏହି ମିଳିତ ସମରାଭ୍ୟାସ ହେଉଛି । ଏଥିରେ ଭାରତୀୟ ନୌବାହିନୀ, ତଟରଖି ବାହିନୀ, ମେରାଇନ ପୋଲିସ ମିଳିତ ଭାବେ ଏହି ସମାରଭ୍ୟାସ କରିଛନ୍ତି ।

ଏହି ସମରାଭ୍ୟାସରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ , ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ୍ସ, ପାରାଦ୍ଵୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ୧୮ରୁ ଊର୍ଦ୍ଧ୍ବ ବିଭାଗ ସାମିଲ ହୋଇଛନ୍ତି । ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ରେଡ୍ ଟିମ ସମୁଦ୍ର ଜଳପଥ ଦେଇ ସ୍ଥଳ ଭାଗକୁ ପ୍ରବେଶ କରି ବିଭିନ୍ନ ଜନଗହଳି ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିବେ ଏବଂ ବ୍ଲୁ ଟିମ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ।

ଏହା ବି ପଢନ୍ତୁ- Weather Update: ଆଉ ଦୁଇ ଦିନ ଅସମ୍ଭାଳ ତାତି, ୪୦ ଡିଗ୍ରୀ ଡେଇଁଲା ଭୁବନେଶ୍ବର ପାରଦ

ଏହାଦ୍ବାରା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରାଯିବା ସହିତ ବାହ୍ୟ ଶତ୍ରୁଙ୍କ ମୁକାବିଲା କରିବା ପାଇଁ ସହାୟକ ହେବ। ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ମିଳିତ ସମରାଭ୍ୟାସ ଆସନ୍ତାକାଲି ୧୨ ତାରିଖ ସନ୍ଧ୍ୟା ୭ଟାରେ ଶେଷ ହେବ ବୋଲି ଜଣାପଡିଛି । ତେବେ ଆଜି ସକାଳୁ ବ୍ଲୁ ଟିମ ରେଡ ଟିମର ୪ଜଣ ସନ୍ଦିଗ୍ଧକୁ ଧରିବା ପରେ ତାଙ୍କଠାରୁ ଅଫୁଟା ୪ଟି ବୋମା ଜବତ ହୋଇଛି । ତେବେ ପାରାଦ୍ବୀପ ମେରାଇନ ପୋଲିସ ପହଞ୍ଚି ସନ୍ଦିଗ୍ଧ ୪ଜଣଙ୍କୁ ନିଜ ହେପାଜତକୁ ନେଇଥିବା ବେଳେ ବ୍ଲୁ ଟିମ ସମୁଦ୍ର ଓ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏହାକୁ ଦେଖିବା ପାଇଁ ପାରାଦ୍ବୀପରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବାହ୍ୟଶତ୍ରୁର ଆକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ବର୍ଷ ଏହି ପରି ଦୁଇ ଦିନିଆ ସମାରଭ୍ୟାସ କରାଯାଇଥାଏ । ଏଥିରେ ଭାରତୀୟ ନୌବାହିନୀ, ତଟରଖି ବାହିନୀ, ମେରାଇନ ପୋଲିସ ମିଳିତ ଭାବେ ଏହି ସମାରଭ୍ୟାସ କରିଥାନ୍ତି । ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଜଳପଥ ଦେଇ ଆତଙ୍କବାଦୀ ଭାରତରେ ପ୍ରବେଶ କରି ସ୍ବପ୍ନନଗରୀ ମୁମ୍ବାଇରେ ବିଭତ୍ସକାଣ୍ଡ ଘଟାଇଥିଲେ । ଏଭଳି ଆତଙ୍କୀ ହମଲା ରୋକିବା ଲାଗି ଏହି ସମରାଭ୍ୟାସ କରାଯାଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.