ETV Bharat / state

ପାରାଦୀପ ବେଳାଭୂମିରେ ମଦ କୁଡିଆକୁ ବିରୋଧ, ବିଭିନ୍ନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

author img

By

Published : Aug 17, 2021, 10:58 PM IST

ପାରାଦୀପ ବେଳାଭୂମୀରେ ମଦ କୁଡିଆକୁ ବିରୋଧ, ବିଭିନ୍ନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ପାରାଦୀପ ବେଳାଭୂମୀରେ ମଦ କୁଡିଆକୁ ବିରୋଧ, ବିଭିନ୍ନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପାରାଦୀପ ବେଳାଭୂମିରେ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତାବିତ ବେଳାଭୂମିରେ ମଦ କୁଡିଆ ଯୋଜନାକୁ ବିରୋଧ । ବିକ୍ଷୋଭ ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲେ ବିଭିନ୍ନ ସଂଗଠନ । ଅଧିକ ପଢନ୍ତୁ...

ଜଗତସିଂହପୁର: ପାରାଦୀପ ବେଳାଭୂମିରେ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତାବିତ ବେଳାଭୂମିରେ ମଦ କୁଡିଆ ଯୋଜନାକୁ ବିରୋଧ ଦେଖିବାକୁ ମିଳିଛି । ଏନେଇ ଆଜି କୁଜଙ୍ଗ ବରିଷ୍ଠ ନାଗରିକ ସଂଘର ଆହ୍ବାନ କ୍ରମେ ରାସ୍ତା ସୁରକ୍ଷା ମଞ୍ଚ ଓଡ଼ିଶା, ନାଗରିକ ସୁରକ୍ଷା ମଞ୍ଚ , ହ୍ୟୁମାନ ରାଇଟ ଡିଫେଣ୍ଡର ପ୍ରଭୁତି ସଙ୍ଗଠନ ତରଫରୁ କୁଜଙ୍ଗ ତହସିଲଦାରଙ୍କ ଜରିଆରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।

ପାରାଦୀପ ବେଳାଭୂମୀରେ ମଦ କୁଡିଆକୁ ବିରୋଧ, ବିଭିନ୍ନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସ୍ଥାନୀୟ କୁଜଙ୍ଗ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା। ସେଠାରେ ପାରାଦୀପ ବେଳାଭୂମି ଅଞ୍ଚଳ କରି ଦାବିପତ୍ର ପ୍ରଦାନ କରିଥିଲେ l ଜିଲ୍ଲାପାଳଙ୍କ ତରଫରୁ ଏହି ଦିଗରେ ପଦକ୍ଷେପ ଗ୍ରହଣ ନ କରିଲେ ଆଗାମୀ ଦିନରେ ପାରାଦୀପ ବେଳାଭୂମି ଅଞ୍ଚଳରେ ମଦ କୁଡ଼ିଆ ଯୋଜନାକୁ ତୁରନ୍ତ ବନ୍ଦ କରିବାକୁ ନିବେଦନ କରାଯାଇଛି । ଯଦି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପାରାଦୀପ ବେଳାଭୂମିରେ ସୌଦାର୍ଯ୍ୟକରଣ ନାମରେ ମଦ କୁଡ଼ିଆ କରି ମଦ୍ୟପାନକୁ ପ୍ରୋତ୍ସାହିତ କରନ୍ତି ତେବେ ଆଗାମୀ ଦିନରେ ଏହାକୁ ତୀବ୍ର ବିରୋଧ କରାଯିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.