ETV Bharat / state

୬୩ ବର୍ଷରେ ପାଦ ଥାପିଲା ପାରାଦ୍ୱୀପ ବନ୍ଦର, ମିନି ମାରାଥନ୍

author img

By ETV Bharat Odisha Team

Published : Jan 3, 2024, 6:39 PM IST

୬୩ ବର୍ଷରେ ପାଦ ଥାପିଲା ପାରାଦ୍ୱୀପ ବନ୍ଦର
୬୩ ବର୍ଷରେ ପାଦ ଥାପିଲା ପାରାଦ୍ୱୀପ ବନ୍ଦର

Foundation Day Of Paradip Port : ଆଜି ପାରାଦ୍ୱୀପ ବନ୍ଦରର ପ୍ରତିଷ୍ଠା ଦିବସ । ଏହି ଅବସରରେ ବନ୍ଦରର ପକ୍ଷରୁ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା ।ଅଧିକ ପଢନ୍ତୁ

୬୩ ବର୍ଷରେ ପାଦ ଥାପିଲା ପାରାଦ୍ୱୀପ ବନ୍ଦର

ପାରାଦ୍ୱୀପ: ଦେଶର ପ୍ରମୁଖ ବନ୍ଦର ଭିତରେ ଆମେ ଯଦି ଦେଖିବା ତାହାଲେ ପାରାଦ୍ୱୀପ ବନ୍ଦର ସବୁଠାରୁ ଆଗରେ ରହିବ। ଆଜି ପାରାଦ୍ୱୀପ ବନ୍ଦର 63 ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା । ଏହାକୁ ବନ୍ଦର ଅଧ୍ୟକ୍ଷ ପି ଏଲ ହାରନାଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ପାରାଦ୍ୱୀପ ବନ୍ଦର ଦେଶର ସର୍ବ ବୃହତ ବନ୍ଦର ଭାବେ ଉଭା ହୋଇଛି । ବିଭିନ୍ନ ସମୟରେ ବିରଳ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ପୂର୍ବରୁ ୧୦୦.୨୮ ମିଲିୟନ୍ ଟନ୍‌ କାର୍ଗୋ ହ୍ୟାଣ୍ଡଲିଂ କରି ୧୫୦ ମିଲିୟନ୍ ଟନ୍‌ ଟାର୍ଗେଟ ଅଭିମୁଖେ ଅଗ୍ରସର ହୋଇଛି ପାରାଦ୍ୱୀପ ବନ୍ଦର । ଗତ ୨୦୨୩-୨୪ ଆର୍ଥିକ ବର୍ଷର ଯଥେଷ୍ଟ ଅବ୍ୟବ‌ହିତ ପୂର୍ବରୁ ବନ୍ଦର ପୁଣି ଥରେ ୧୦୦ ମିଲିୟନ୍ ଟନ୍ ପଣ୍ୟ କାରବାର କରି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିବା ସହିତ ବିରଳ ରେକର୍ଡ ସୃଷ୍ଟି କରିଛି ବୋଲି କହିଥିଲେ ପୋର୍ଟ ଅଧ୍ୟକ୍ଷ ।

ପି ଏଲ ହାରନାଦ କହିଛନ୍ତି ," ଗତ ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରୁ ଅର୍ଥାତ୍ ୨୦୨୩ ମସିହା ଜାନୁଆରୀ ମାସ ୯ ତାରିଖରେ ବନ୍ଦରରେ ପଣ୍ୟ କାରବାର ୧୦୦ ମିଲିୟନ୍ ପାର୍ କରିଥିଲା । ଏଥର ଗତ ଦିନର ୨୨ଦିନ ପୁର୍ବରୁ ଅର୍ଥାତ୍ ଡିସେମ୍ବର ମାସ ୧୮ ତାରିଖ ରେ ଏହି ରେକର୍ଡ ପାର୍ କରିଛି । ଯାହାକି ଗତ ବର୍ଷ ବନ୍ଦରରେ ୧୦୦ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାରକୁ ମାତ୍ର ୨୮୪ ଦିନ ସମୟ ଲାଗିଥିଲା । ହେଲେ ଚଳିତବର୍ଷ ୧୦୦ ମିଲିୟନ୍ ଟନ୍‌ କାର ବାର ମାତ୍ର ୨୬୨ ଦିନରେ ପାର୍ କରି ନିର୍ଦ୍ଧାରିତ ସମୟ ସୀମାରେ ପ୍ରାୟ ୧୫୦ ମିଲିୟନ୍ ମେଟ୍ରିକ୍ ଟନ୍ କାର୍ଗୋ ହ୍ୟାଣ୍ଡେଲ୍ କରିବ ବୋଲି ଆକଳନ କରାଯାଉଛି । "

ସେ ଆହୁରି ମଧ୍ୟ କହିଛନ୍ତି," ବର୍ତ୍ତମାନ ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ବନ୍ଦରମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ଏକମାତ୍ର ବନ୍ଦର ଭାବରେ ଯିଏ କି ଏହି ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି ।ପାରାଦୀପ ବନ୍ଦର ସଫଳତାର ଶୀର୍ଷରେ ପହଞ୍ଚି ସମଗ୍ର ଦେଶରେ ୧ ନମ୍ବର ବନ୍ଦରର ସ୍ଥାନ ଗ୍ରହଣ କରିଛି । ଏହାର ୬୩ ତମ ପ୍ରତିଷ୍ଠା ଦିବସରେ ଏହି ବନ୍ଦର ଆହୁରି ଅନେକ ରେକର୍ଡ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ୨୦୨୪ ମସିହାରେ ବନ୍ଦର ୧୫୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ପୁଣି ଏକ ବିରଳ ରେକର୍ଡ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।"

ଏହା ମଧ୍ୟ ପଢନ୍ତୁ.....ନିଜ ରେକର୍ଡ ଭାଙ୍ଗିଲା ପାରାଦ୍ବୀପ ପୋର୍ଟ, ପଣ୍ୟ କାରବାରରେ ଦେଶରେ 1 ନଂ

ଅନ୍ୟପଟେ ୬୩ ତମ ପ୍ରତିଷ୍ଠା ଦିବସରେ ଅବସରରେ ବନ୍ଦର କାର୍ଯ୍ୟାଳୟକୁ କରାଯିବା ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସୂଚନାଯୋଗ୍ୟ ଯେ ଅଜିକୁ ଠିକ୍ ୬୩ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପାରାଦ୍ୱୀପ ବନ୍ଦରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.