ETV Bharat / state

ପାରାଦ୍ୱୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧିକାରୀ

author img

By

Published : Dec 17, 2022, 1:47 PM IST

ministry of ports and shipping officer Sudhanshu pant
କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧିକାରୀ ସୁଧାଂଶୁ ପନ୍ତ

ଦୁଇ ଦିନିଆ ପାରାଦ୍ବୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳ ମାର୍ଗ ମନ୍ତ୍ରଣାଳୟର ସ୍ବତନ୍ତ୍ର ଅଧିକାରୀ ସୁଧାଂଶୁ ପନ୍ତ । ଅଧିକ ପଢ଼ନ୍ତୁ

ପାରାଦ୍ୱୀପ: ଦୁଇ ଦିନିଆ ପାରାଦ୍ବୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳ ମାର୍ଗ ମନ୍ତ୍ରଣାଳୟର ସ୍ବତନ୍ତ୍ର ଅଧିକାରୀ ସୁଧାଂଶୁ ପନ୍ତ । ପାରାଦ୍ବୀପ ବନ୍ଦର ଗସ୍ତ କରି ପ୍ରଶାସନିକ ଭବନରେ ନିର୍ମିତ ମନ୍ନଦ-ମନ୍ଥନକୁ ଉଦଘାଟନ କରିଛନ୍ତି । ଏହି ସମୟରେ ବନ୍ଦରର ଭିତ୍ତିଭୂମି ଓ ଆଧୁନିକୀକରଣ ହୋଇଥିବା ଅଞ୍ଚଳର ପରିଦର୍ଶନ କରିଛନ୍ତି ।

ସୁଧାଂଶୁ ପନ୍ତ ପାରାଦ୍ୱୀପ ବନ୍ଦରରେ ପହଞ୍ଚିବା ପରେ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ ଓ ଉପାଧ୍ୟକ୍ଷ ଏକେ ବୋଷ ତାଙ୍କୁ ସ୍ବାଗତ କରିଥିଲେ । ଏଥିସହ ତାଙ୍କୁ CISF ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ସମୟରେ ସେ ମହାନଦୀରେ ହୋଇଥିବା ଇଫ୍କୋ ନଦୀ ଭିତ୍ତିକ ବନ୍ଦର ବୁଲି ଦେଖିଥିଲେ । ବନ୍ଦର ମଧ୍ୟରେ ଥିବା M.C.H.P କଣ୍ଟ୍ରୋଲ ରୁମ, M.C.H.P ରିଷିଭି ଷ୍ଟେସନ, JSWର ଆଇରନ, ଟ୍ରିପର ଫେସିଲିଟି, P.U.Q.C.T କୋଲ ଅନ ଲୋଡିଙ୍ଗ ହପର ଓ K.I.C.Tକୁ ବୁଲି ଦେଖିଥିଲେ । ସେହିପରି ସମୁଦ୍ର ମାର୍ଗରେ ବନ୍ଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଅନ୍ୟ ବରିଷ୍ଠ ଅଧିକାରୀମାନେ ମାଛଧରା ବନ୍ଦରକୁ ଯାଇ ଭିତ୍ତିଭୂମିର ପରିଦର୍ଶନ କରିଥିଲେ । ବନ୍ଦର ପ୍ରଶାସନିକ ଭବନରେ ନିର୍ମିତ ମନ୍ନଦ-ମନ୍ଥନକୁ ପନ୍ତ ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.