ETV Bharat / state

ଜଗତସିଂହପୁର ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ

author img

By

Published : Jan 11, 2023, 10:01 AM IST

Hockey world cup Trophy  in Jagatsinghpur
ଜଗତସିଂହପୁରରେ ହକି ବିଶ୍ୱକପ ଟ୍ରଫି

ବିଶ୍ୱକପ ହକି ଟ୍ରଫି କେନ୍ଦ୍ରାପଡାରୁ ଆସି ଜଗତସିଂହପୁରରେ ପହଞ୍ଚିଥିଲା । ଏହାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଜଗତସିଂହପୁର । ଅଧିକ ପଢ଼ନ୍ତୁ

ଜଗତସିଂହପୁରରେ ହକି ବିଶ୍ୱକପ ଟ୍ରଫି

ଜଗତସିଂହପୁର: ପୁରୁଷ ବିଶ୍ୱକପ ଟ୍ରଫି କେନ୍ଦ୍ରାପଡାରୁ ଆସି ଗତକାଲି ଜଗତସିଂହପୁରରେ ପହଞ୍ଚିଥିଲା (Grand welcome to Hockey world cup Trophy ) । ଅପରାହ୍ନରେ ଟ୍ରଫି ପାରାଦ୍ୱୀପରେ ପହଞ୍ଚିବା ପରେ ସେଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ କୁଜଙ୍ଗରୁ ଏକ ବାଇକ ଶୋଭାଯାତ୍ରାରେ ଟ୍ରଫିକୁ ଜଗତସିଂହପୁର ଅଣାଯାଇଥିଲା (Hockey world cup Trophy) । ପାରାଦ୍ୱୀପରେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ ଟ୍ରଫିକୁ ସ୍ୱାଗତ କରିବା ସହିତ ବାଇକ ରାଲିରେ ସାମିଲ ହୋଇଥିଲେ । ସେହିପରି ତିର୍ତ୍ତୋଲରେ ଟ୍ରଫି ପହଞ୍ଚିବା ପରେ ସେଠାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଟ୍ରଫିକୁ ସ୍ୱାଗତ କରିଥିଲେ ।

ଟ୍ରଫି ଜଗତସିଂହପୁର ଆସିବା ସମୟରେ ହଜାର ହଜାର ଲୋକେ ସ୍ୱାଗତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୬ଟା30 ମିନିଟ ସମୟରେ ଜଗତସିଂହପୁର ଖେରସ ଠାରେ ଟ୍ରଫି ପହଞ୍ଚିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆକୁ ଅଣାଯାଇଥିଲା । ସେଠାରେ ଜିଲ୍ଲାପାଳ, ପାରୁଲ ପଟୱାରୀ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦ୍ୱୀପ ବିଧାୟକ, ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂ ପ୍ରମୁଖ ସ୍ୱାଗତ କରିଥିଲେ।

ହଜାର ହଜାର ଲୋକେ ଟ୍ରାଫିକୁ ସ୍ୱାଗତ କରୁଥିବାର ଦୃଶ୍ୟ ହକି ପ୍ରତି ଥିବା ଲୋକପ୍ରିୟତା ପ୍ରତିପାଦିତ କରିଥିଲା (Hockey world cup Trophy reached in Jagatsinghpur )। ସୂଚନାଯୋଗ୍ୟ ଯେ ଜାନୁଆରୀ 13 ତାରିଖ ଠାରୁ 29 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ହକି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି ଖେଳର ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରଫିକୁ ସମସ୍ତ ଜିଲ୍ଲାରେ ପରିକ୍ରମା କରାଯାଇଛି । ଗତକାଲି ଶେଷରେ ଜଗତସିଂହପୁର ଜିଲ୍ଲାରେ ଟ୍ରଫିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ବିଶ୍ବକପ ଟ୍ରଫି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି (Hockey world cup Trophy) । ଆସନ୍ତା ଜାନୁଆରୀ 13ରୁ 29 ଯାଏଁ ଓଡିଶାରେ ହକି ବିଶ୍ବ କପ ଖେଳାଯିବ( Hockey World Cup 2023 ) । ୨୦୨୩ ହକି ବିଶ୍ବକପ ପାଇଁ ପ୍ରାୟୋଜକ ରହିଛି ଓଡିଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.