ETV Bharat / state

ଢେଉ ମାଡ଼ରେ ଦୁଇ ଫାଳ ହେଲା ଡଙ୍ଗା, ଭଙ୍ଗା ଡଙ୍ଗାକୁ ସାହାରା କରି 4 ମତ୍ସଜୀବୀ ଉଦ୍ଧାର

author img

By

Published : Aug 13, 2023, 8:14 PM IST

4 ମତ୍ସଜୀବୀ ସୁରକ୍ଷିତ ଉଦ୍ଧାର
4 ମତ୍ସଜୀବୀ ସୁରକ୍ଷିତ ଉଦ୍ଧାର

ପାରାଦୀପ ନେହେରୁ ବଙ୍ଗଳା ନିକଟସ୍ଥ ମହାନଦୀ ମୁହାଣରେ ଢେଉ ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । 4 ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

4 ମତ୍ସଜୀବୀ ସୁରକ୍ଷିତ ଉଦ୍ଧାର

ଜଗତସିଂହପୁର: ପାରାଦୀପ ନେହେରୁ ବଙ୍ଗଳା ନିକଟସ୍ଥ ମହାନଦୀ ମୁହାଣରେ ଢେଉ ମାଡ଼ରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଭାଙ୍ଗିଯାଇଛି । ମାଛଧରା ଡ଼ଙ୍ଗାଟି ଭାସିଯାଇଥିବାବେଳେ ଭଙ୍ଗା ଡଙ୍ଗାକୁ ଧରି 4 ଜଣ ମତ୍ସଜୀବୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଖବର ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ପାରାଦୀପ ନେହେରୁ ବଙ୍ଗଳା ମୁହାଣରେ ପ୍ରଖର ସ୍ରୋତରେ ମାଛଧରା ଡଙ୍ଗାଟି ଓଲଟି ପଥରରେ ମାଡ଼ ହୋଇ ଦୁଇ ଫାଳ ହୋଇଯାଇଥିଲା । ଫଳରେ ୪ ଜଣ ମତ୍ସ୍ୟଜୀବୀ ଭଙ୍ଗା ଡଙ୍ଗାକୁ ଧରି ଆଶ୍ରୟ ନେଇଥିଲେ । ଖବର ପାଇ ତୁରନ୍ତ ମାଛଧରା ବନ୍ଦର ମଧ୍ୟରୁ ଲକ୍ଷ୍ମୀ ଦୁର୍ଗା ନାମକ ଏକ ବୋଟ୍ ସାହାଯ୍ୟରେ ୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ତେବେ ମୁହାଣ ମୁହଁରେ ପ୍ରଖର ସ୍ରୋତ କାରଣରୁ ଉଦ୍ଧାର ସମୟରେ ଅନେକ ବାଧା ଉପୁଜିଥିଲା । ବୋଟ୍‌ଟି ମତ୍ସ୍ୟଜୀବୀମାନଙ୍କୁ ମାଛଧରା ବନ୍ଦର ମଧ୍ୟକୁ ଆଣି ପାରିନଥିଲା । ପ୍ରବଳ ଢେଉ ମାଡ଼ରେ ସମୁଦ୍ର ମଧ୍ୟରେ ଉଦ୍ଧାରକାରୀ ଡଙ୍ଗା ଓ ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ଆସିପାରି ନଥିଲେ । ଆଜି ଦିନ ୧୧ଟା ସମୟରେ ଢେଉ ସାମାନ୍ୟ କମିବା ପରେ ଉଦ୍ଧାରକାରୀ ଡଙ୍ଗାଟି ସୁରକ୍ଷିତ ଭାବେ ଅଠରବାଙ୍କୀ ବାଲିପ୍ଲଟଠାରେ ପହଞ୍ଚିଥିବାବେଳେ ସମସ୍ତ ୪ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ...ପାରାଦ୍ୱୀପରେ ବୋଟ ନିଖୋଜ ଘଟଣା, ଫେରିଲେ ମତ୍ସ୍ୟଜୀବୀ

ସମୁଦ୍ର ଜୁଆରରେ ଡଙ୍ଗାର କିଛି ଅଂଶ ଭାସିଯାଇଥିବା ବେଳେ ଭଙ୍ଗା ଡଙ୍ଗାର ଅବଶିଷ୍ଟାଂଶକୁ ବାଲିପ୍ଲଟରେ ରଖାଯାଇଛି । ତେବେ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଲେ ଚକା, ଦାସରାଜୁ, ଆପଲ କୋଣ୍ଡା ଓ ଗୋପୀ । ତେବେ ମହାନଦୀ ମୁହାଣ ମୁହଁ ପୋତି ହୋଇ ପଡିବା କାରଣରୁ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଥିବା ନେଇ ମତ୍ସ୍ୟଜୀବୀମାନେ ଅଭିଯୋଗ ଆଣିଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ମତ୍ସଜୀବୀଙ୍କ ଘର ପାରାଦ୍ବୀପ ଷଣ୍ଢକୁଦ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦରର ରେକର୍ଡ, ଦେଶର ସମସ୍ତ ପୋର୍ଟକୁ ପଛରେ ପକାଇଲା

ସେପଟେ ପୋତି ହୋଇ ପଡିଥିବା ମୁହାଣ ମୁହଁକୁ ଖୋଳିବା କରିବା ପାଇଁ ଦାବି ହେଉଛି । ତେବେ ମୁହାଣ ମୁହଁରେ ପ୍ରଖର ସ୍ରୋତ କାରଣରୁ ଅନେକ ସମୟରେ ମତ୍ସ୍ୟଜୀବୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ମତ୍ସ୍ୟଜୀବୀମାନେ ମରଣ ମୁହଁରୁ ଫେରିଥିବା ନଜିର ରହିଛି । ତୁରନ୍ତ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି । ତେବେ ଏହି ସମସ୍ୟାର ସମାଧାନ କରାଗଲେ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ବୋଟ ସାହାଯ୍ୟରେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇପାରିବେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.