ETV Bharat / state

ପାରାଦ୍ୱୀପରେ ବୋଟ ନିଖୋଜ ଘଟଣା, ଫେରିଲେ ମତ୍ସ୍ୟଜୀବୀ

author img

By

Published : Jan 16, 2023, 10:08 PM IST

boat missing
boat missing

ଗତ 8 ତାରିଖ ରୁ ପାରାଦ୍ବୀପ ମାଛଧରା ବନ୍ଦର ରୁ ଦେବୀଲକ୍ଷ୍ମି ଓ କିନ୍ନରା ବୋଟ୍ ଦୂର ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ 13 ନିଖୋଜ ମତ୍ସ୍ୟଜୀବୀ ଫେରିଛନ୍ତି ପାରାଦ୍ବୀପ । ଅଧିକ ପଢନ୍ତୁ

boat missing

ଜଗତସିଂହପୁର : ସମୁଦ୍ର ମଧ୍ୟରେ 13 ନିଖୋଜ ମତ୍ସ୍ୟଜୀବୀ ଫେରିଛନ୍ତି ପାରାଦ୍ବୀପ । ଗତ 8 ତାରିଖ ରୁ ପାରାଦ୍ବୀପ ମାଛଧରା ବନ୍ଦର ରୁ ଦେବୀଲକ୍ଷ୍ମି ଓ କିନ୍ନରା ବୋଟ୍ ଦୂର ସମୁଦ୍ର ମଧ୍ୟକୁ ଯାଇଥିଲେ। ଏନେଇ ତାଙ୍କର କୌଣସି ଖୋଜ୍ ଖବର୍ ମିଳୁନଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀର ପକ୍ଷ୍ୟରୁ ଖୋଜାଖୋଜି କରାଯାଉଥିଲା । ଆଜି ସେମାନଙ୍କୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତି ଶ୍ରୀକାନ୍ତ ପରିଡା ଟେଲିଫୋନ୍ ରେ ଯୋଗାଯୋଗ କରିବା ପରେ ସେମାନେ ସୁରକ୍ଷିତ ଅବସ୍ତାରେ ଫେରିଥିଲେ ।

ତେବେ ସେ ଦୁଇ ବୋଟ୍ ସହ ଗତ 10 ତାରିଖ ରୁ କୌଣସି ଯୋଗାଯୋଗ ହୋଇପାରୁ ନଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀର ର ସହାୟତା ମଗାଯାଇଥିଲା । ତେଣୁ ତଟରକ୍ଷୀ ବାହିନୀ ଖୋଜାଖୋଜି କରିଥିଲା । ଆଜି ସେମାନେ ସୁରକ୍ଷିତ ଅବସ୍ଥାରେ ପାରାଦ୍ବୀପ ମାଛ ଧରା ଜେଟୀ ରେ ପହଁଞ୍ଚିବା ପରେ ସେମାନଙ୍କୁ ମେରାଇନ ଅଧିକ ପଚରାଉଚରା ଚଳାଇଛି । ଏନେଇ ସେମାନେ ଏକ ଜାହାଜର କରେଣ୍ଟ ସର୍ଭେ କାର୍ଯ୍ୟରେ ସେମାନେ ବଙ୍ଗଳାଦେଶ ସୀମା ପାଖାପାଖି ଯାଇଥିଲେ। ସେଠାରେ ସମ୍ପୃକ୍ତ ଜାହାଜ୍ କିମ୍ବା କାହା ସହ ଯୋଗାଯୋଗ ନ ହୋଇ ପାରିବାରୁ ସେମାନେ ସେହିଠାରେ 4 ଦିନ ସେହିଭଳି ସ୍ଥିର ଅବସ୍ଥାରେ ରହିଥିଲେ । ଗତକାଲି ତଟରକ୍ଷୀ ବାହିନୀ ର ଜାହାଜ ଓ ଏୟାରକ୍ରାଫ୍ଟ ସେମାନଙ୍କୁ ସୂଚନା ଦେବା ପରେ ସେମାନେ ପାରାଦ୍ବୀପ ଫେରିବେ ବୋଲି ପ୍ରକାଶ କରିଛନ୍ତି ।

ସୂଚନା ଥାଉକି, ମାଛ ଧରିବାକୁ ଯାଇଥିବା ବେଳେ ୨ଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲେ । ତେବେ ଏହି ବୋଟରେ ମୋଟ ୧୩ଜଣ ମତ୍ସଜୀବୀ ରହିଥିବା ବେଳେ ସେମାନଙ୍କ ଖୋଜ ଖବର ମିଳିପାରି ନଥିଲା । ଘଟଣା ସମ୍ପର୍କରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପକ୍ଷରୁ ଭାରତୀୟ ତଟରଖି ବାହିନୀ ଓ ନୌସେନାକୁ ଜଣାଇବା ପରେ ସମୁଦ୍ର ମଧ୍ୟରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ବର୍ତ୍ତମାନ ସେମାନଙ୍କ ସହ ଯୋଗାଯୋଗ ହୋଇଥିବା ବେଳେ ପାରାଦ୍ବୀପ ଫେରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.