ETV Bharat / state

ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରା ଗିରଫ, ନାମୀଦାମୀ ମୋବାଇଲ ସହ ବହୁ ସାମଗ୍ରୀ ଜବତ

author img

By

Published : Nov 17, 2022, 6:40 PM IST

Updated : Nov 17, 2022, 7:54 PM IST

ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରା ଗିରଫ, ନାମୀଦାମୀ ମୋବାଇଲ ସହ ବହୁ ସାମଗ୍ରୀ ଜବତ
ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରା ଗିରଫ, ନାମୀଦାମୀ ମୋବାଇଲ ସହ ବହୁ ସାମଗ୍ରୀ ଜବତ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୁଟ୍ କରୁଥିବା ଏକ ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରାଙ୍କୁ ଗିରଫ କରିଛି ଶେରଗଡ଼ ପୋଲିସ । ଏଥିରେ ପୋଲିସ ବପିଳ ପରିମାଣର ନାମୀଦାମୀ କମ୍ପାନୀର ମୋବାଇଲ ସହିତ ପ୍ରାୟ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନୂତନ ଲାପଟପ, ସିସିଟିଭି ଭଳି ବିଭିନ୍ନ ଇଲୋକଟ୍ରୋନିକ୍ସ ସାମଗ୍ରୀ ଜବତ କରିଛି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୁଟ୍ କରୁଥିବା ଏକ ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରାଙ୍କୁ ଗିରଫ କରିଛି ଶେରଗଡ଼ ପୋଲିସ (Two accused arrested by Seragad police )। ଏଥିରେ ପୋଲିସ ବହୁ ପରିମାଣର ନାମୀଦାମୀ କମ୍ପାନୀର ମୋବାଇଲ ସହିତ ପ୍ରାୟ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନୂତନ ଲାପଟପ, ସିସିଟିଭି ଭଳି ବିଭିନ୍ନ ଇଲୋକଟ୍ରୋନିକ୍ସ ସାମଗ୍ରୀ ଜବତ କରିଛି ।

ଲୁଟେରା ଗ୍ୟାଙ୍ଗର ଦୁଇ ଲୁଟେରା ଗିରଫ, ନାମୀଦାମୀ ମୋବାଇଲ ସହ ବହୁ ସାମଗ୍ରୀ ଜବତ

ଗତ କିଛିଦିନ ତଳେ ଶେରଗଡ଼ ସ୍ଥିତ ପାଣିଗ୍ରାହୀ ଆସୋସିଏଟ ନାମକ ଦୋକାନରୁ ମଧ୍ୟରାତ୍ରରେ ଲକ୍ଷ ଲକ୍ଷ ଟଙ୍କାର ମୋବାଇଲ, ଲାପଟପ୍ ଓ ତତ୍ ସମ୍ୱନ୍ଧୀୟ ସାମଗ୍ରୀ ଦୁବୁର୍ତ୍ତମାନେ ନେଇଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଶହେରୁ ଊର୍ଦ୍ଧ୍ବ ମୋବାଇଲ, ଲାପଟପ ଓ ଅନ୍ୟ ସାମଗ୍ରୀ ସହିତ ବ୍ୟବହୃତ ହୋଇଥିବା ଅଟୋ ରିକ୍ସା ସହିତ ଏକ ମୋଟର ସାଇକେଲକୁ ଜବତ କରିଛି ପୋଲିସ (many electronics products seized)।

ଏହାସହ ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣକୁ ପୋଲିସ ଗିରଫ କରିଛି । ଏମାନଙ୍କ ନାଁରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଅଦ୍ୟାବଧି ଆହୁରି ଦୁଇ ଜଣ ଫେରାର ରହିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଘଟଣାରେ ମୁଖ୍ୟ କୁହାଯାଉଥିବା ଦିଲ୍ଲୁ ଓରଫ ଦିଲ୍ଲୀପ ବିଷୋୟୀ ଏବଂ ବିଭୂ ସେଠୀ ।

ଏହି ୨ ଜଣ ପୂର୍ବରୁ ମଧ୍ୟ ବହୁ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଦିଲ୍ଲୀପ ପୂର୍ବରୁ ରାଜଧାନୀ ଭୁବନେଶ୍ୱର କିଟ୍ କଲେଜର ଜଣେ ପ୍ରଫେସରଙ୍କୁ ମଧ୍ୟ ଅପହରଣ କରିଥିବା ଭଳି ସଙ୍ଗୀନ ମାମଲା ରହିଥିବା କୁହାଯାଇଛି । ତେବେ ବାକି ୨ଜଣଙ୍କୁ ଗିରଫ କରାଯାଇପାରିନାହିଁ । ଏ ସମ୍ପର୍କରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି.କେ ଦଳାଇ କହିଛନ୍ତି, ''ଏହି ଘଟଣାରେ ଅଭିଯୁକ୍ତଦ୍ବୟକୁ ଆମେ ଗିରଫ କରିଛୁ । ବାକି ୨ଜଣ ଫେରାର ଅଛନ୍ତି । ବହୁତ ଶୀଘ୍ର ଏମାନଙ୍କୁ ଗିରଫ କରାଯିବ ।

ଗିରଫ ହୋଇଥିବା ଅଭିଯୁକ୍ତଦ୍ବୟଙ୍କ ଠାରୁ ଗୋଟେ ବାଇକ, ୧୦୨ଟି ଫୋନ, ସ୍ମାର୍ଟ ହାତ ଘଣ୍ଟା, ଇଲୋକଟ୍ରୋନିକ୍ସ ସାମଗ୍ରୀ, ବ୍ୟବହୃତ କରୁଥିବା ଅଟୋ, ଦାମୀ ଲାପଟପ, ବିପୁଳ ଟଙ୍କା ଜବତ କରିଛୁ । ଏମାନେ କେବଳ ଗୋଟିଏ ସ୍ଥାନରେ କ୍ରାଇମ କରନ୍ତି ନାହିଁ । ଶେରଗଡ଼ ଭଲି ପାଟପୁର ଅଞ୍ଚଳରେ ମଧ୍ୟ ଅନେକ ଘଟଣାରେ ସାମିଲ ଅଛନ୍ତି । ଆଉ ପାଟପୁର ଥାନା ମଧ୍ୟ ଏମାନଙ୍କ ଠାରୁ କିଛି ଜିନିଷ ଜବତ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Nov 17, 2022, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.