ବ୍ରହ୍ମପୁର କଲେଜରେ ରାଗିଂ, ଦୁଇ ଛାତ୍ର ଗିରଫ

author img

By

Published : Nov 16, 2022, 9:14 PM IST

Updated : Nov 17, 2022, 7:54 AM IST

several accused students arrested after ragging video viral from a private college of Berhampur

ପ୍ରହସନ ପାଲଟିଛି ଆଣ୍ଟି ରାଗିଂ ସେଲ୍‌ । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଅଭିଯୁକ୍ତ ଛାତ୍ର ଗିରଫ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ପ୍ରହସନ ପାଲଟିଛି ଆଣ୍ଟି ରାଗିଂ ସେଲ୍‌ । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଇଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଘଟଣା ପଦାକୁ ଆସିଛି । ଜଣେ ସିନିଅର ଛାତ୍ର ଅନ୍ୟ ଦୁଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରୁଥିବା ଦେଖା ଯାଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ପ୍ରଦାନ କରିଛି ।

ବ୍ରହ୍ମପୁର ଘରୋଇ କଲେଜରେ ରାଗିଂ, ଦୁଇ ଛାତ୍ର ଗିରଫ

ଭାଇରାଲ୍‌ ଭିଡିଓରେ ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧିଥିବା ଦେଖା ଯାଇଛି । ଜୁନିଅର ଛାତ୍ରଛାତ୍ରୀଙ୍କୁ ଜଣେ ସିନିଅର ଛାତ୍ର ରାଗିଂ କରୁଛନ୍ତି । ଅନ୍ୟମାନେ ସେଠାରେ ଛିଡ଼ା ହୋଇ ଏହାର ଲୁପ୍ତ ଉଠାଉଥିବା ଦେଖିବାକୁ ମିଳିଛି । ସେପଟେ କିଛି ଛାତ୍ର ଏହି ସମୟରେ ଛାତ୍ରଛାତ୍ରୀଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଶୁଣାଯାଉଛି । ତା ସହିତ ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଦେଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଦୁଇ ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ରାଗିଂ କରାଯାଉଥିବା ବେଳେ ସେମାନଙ୍କ ପାଖରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରୀମାନେ ତାଳିମାରି ଉପଭୋଗ କରୁଛନ୍ତି । ସେହିପରି ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଉଥିବା ବେଳେ ଏକାଧିକ ଛାତ୍ର ଏହାର ଭିଡିଓ ମଧ୍ୟ ଉତ୍ତୋଳନ କରୁଥିବା ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: Anti Ragging: ବିଶ୍ବ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ଚିଠି

ଏହାକୁ ନେଇ ଅଭିଯୋଗ ହେବାପରେ ଅଭିଯୁକ୍ତ ଛାତ୍ର ଅଭିଷେକ ନାହାକ ସହ ବବ୍‌ଲୁ ପଣ୍ଡା ନାମକ ଛାତ୍ରକୁ ଗିରଫ କରିଛି ପୋଲିସ । ଉଭୟଙ୍କୁ ବଡ଼ବଜାର ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଦୁଇ ଛାତ୍ରଙ୍କୁ ବହିଷ୍କାର କରିବାକୁ ସୁପାରିଶ କରିଛନ୍ତି ବ୍ରହ୍ମପୁର ଏସ୍‌ପି । ଭିଡିଓରେ ନଜର ଆସିଥିବା ଅନ୍ୟ ପିଲାଏ ତଦନ୍ତ ପରିସରଭୁକ୍ତ ହେବେ । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗୋଟିଏ ବର୍ଷ ପାଇଁ ନିଲମ୍ବନ ପାଇଁ ସୁପାରିଶ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Anti Ragging: ଅଣ୍ଟା ଭିଡିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜାରି ହେଲା ହେଲ୍ପ ଲାଇନ ନମ୍ବର

ଏହାକୁ ନେଇ ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍‌ କହିଛନ୍ତି, "ଆମେ ଖବର ପାଇଲୁ ଗୋଟିଏ ଭାଇରାଲ ହେଉଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଉଥିବା ଦେଖିବାକୁ ମିଳିଥିଲା । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଏହି ଭିଡିଓ ବୋଲି ଜଣା ପଡ଼ିଥିଲା । ଏହି ଘଟଣାର ଅଭିଯୁକ୍ତ ପୂର୍ବରୁ ମଧ୍ୟ ମାମଲା ରହିଛି । ସେ ପୂର୍ବରୁ ମଧ୍ୟ ଗିରଫ ହୋଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ତଦନ୍ତ ଜାରି ରହିଛି । ପୀଡ଼ିତ ଛାତ୍ରଛାତ୍ରୀ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମବର୍ଷରେ ନାମ ଲେଖାଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ: କଲେକ୍ଟର ହେବାକୁ ଆଶା ରଖିଥିଲେ, ସିନିୟରଙ୍କ ରାଗିଂ ସହି ନପାରି କଲେ ସୁଇସାଇଡ

ସେପଟେ ଏହି ଲଜ୍ୟଜନକ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସେହିପରି ରାଜ୍ଯ ସରକାରଙ୍କ ପକ୍ଷରୁ ରାଗିଂ ରୋକିବାକୁ ନେଇ କଡ଼ାକଡି ନିର୍ଦ୍ଦେଶ ରହିଛି । ମାତ୍ର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଏହି ଭାଇରାଲ ଭିଡିଓ ଦେଖିବା ପରେ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଛନକା ପଶିଯାଇଛି । ଏହି କଲେଜରେ ଥିବା ଆଣ୍ଟି ରାଗିଂ ସେଲର କାର୍ଯ୍ୟକାରୀତାକୁ ନେଇ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Nov 17, 2022, 7:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.