Anti Ragging: ଅଣ୍ଟା ଭିଡିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜାରି ହେଲା ହେଲ୍ପ ଲାଇନ ନମ୍ବର

author img

By

Published : Jul 7, 2022, 5:31 PM IST

Updated : Jul 7, 2022, 6:42 PM IST

ଗଞ୍ଜାମରେ ସମସ୍ତ କ୍ୟାମ୍ପସର ରାଗିଙ୍ଗ ଅଭିଯୋଗ ଜଣାଇବା ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
ଗଞ୍ଜାମରେ ସମସ୍ତ କ୍ୟାମ୍ପସର ରାଗିଙ୍ଗ ଅଭିଯୋଗ ଜଣାଇବା ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର ()

ଆରମ୍ଭ ହେଲା ଆଣ୍ଟି ରାଗିଂ ପାଇଁ ପଦକ୍ଷେପ । ଏଣିକି ରାଗିଂ କଲେ ଛାତ୍ରଛାତ୍ରୀଙ୍କ ଉପରେ ନିଆଯିବ ଦୃଢ଼ ପଦକ୍ଷେପ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆଣ୍ଟି ରାଗିଂ ପାଇଁ କିପରି ନିଆଯାଉଛି ପଦକ୍ଷେପ ତାହାକୁ ନେଇ ସମୀକ୍ଷା କରିଛନ୍ତି ଖୋଦ୍ ଗଞ୍ଜାମ ଜିଲ୍ଲାପାଳ । ରାଗିଂ ସମ୍ପର୍କରେ ବିଭିନ୍ନ ବିଷୟ ଅଭିଯୋଗ ହେଉଥିବାବେଳେ ଏ ନେଇ ଗଞ୍ଜାମ ଜିଲ୍ଲାପାଳ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନେଇ ଆଲୋଚନା କରିଛନ୍ତି ‌।

Anti Ragging: ଅଣ୍ଟା ଭିଡିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜାରି ହେଲା ହେଲ୍ପ ଲାଇନ ନମ୍ବର

ଜିଲ୍ଲାପାଳ ଓ ଏସ୍.ପିଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏଣିକି ଗଞ୍ଜାମର ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ରାଗିଂ ହେଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ବୈଠକରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

ଶିକ୍ଷାନୁଷ୍ଠାନ ଗୁଡ଼ିକରେ କୌଣସି ଛାତ୍ରଛାତ୍ରୀ ରାଗିଂର ଶିକାର ହେଲେ ତୁରନ୍ତ ଏହି ହେଲ୍ପଲାଇନ ନମ୍ବର 9437563800 helpline numberରେ ଜଣାଇବାକୁ ନିବେଦନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ, ଯୁକ୍ତ ତିନି ମହାବିଦ୍ୟାଳୟ ସହିତ ସମସ୍ତ ଯାନ୍ତ୍ରିକ ବିଦ୍ୟାଳୟ, ଆଇଟିଆଇ, ନର୍ସିଂ ସ୍କୁଲ ଓ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ଆଣ୍ଟି ରାଗିଙ୍ଗ ସ୍କ୍ୱାର୍ଡ ଓ ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ଗଠନ ସମ୍ପର୍କରେ ପଚାରି ବୁଝିବା ସହ ରାଗିଂ ସମ୍ପର୍କିତ ଘଟଣାର ତୁରନ୍ତ ଅନୁସନ୍ଧାନ କରିବା ଓ ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଶିକ୍ଷାୟତନ ପରିସରରେ ଶୈକ୍ଷିକ ବାତାବରଣ ସଠିକ ଭାବରେ ପରିଚାଳନା କରିବା ଏବଂ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ପାଇଁ ଯତ୍ନବାନ ହେବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଛାତ୍ରାବାସ ଦାୟିତ୍ୱରେ ରହୁଥିବା ଅଧ୍ୟକ୍ଷ, ୱାର୍ଡନ ଛାତ୍ରାବାସ ପାଖରେ ରହିବା ଓ ପ୍ରତ୍ୟହ ଦୁଇ ଥର ଛାତ୍ରାବାସ ପରିଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶାରୀରିକ ଓ ମାନସିକସ୍ତରରେ ରାଗିଂର ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କାଉନସେଲିଂ ମାଧ୍ୟମରେ ସଚେତନ କରାଇବା ସହ ରାଗିଂରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଦିଷ୍ଟ ଦଣ୍ଡ ବିଧାନ ସମ୍ପର୍କରେ ସତର୍କ କରାଇବାକୁ ଜିଲ୍ଲାପାଳ ଆଲୋଚନା କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Jul 7, 2022, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.